ବିହାର ପରେ ଆସାମରେ ଦେଖାଗଲା ଶିଶୁ ମୃତ୍ୟୁ ! ଏନସେଫାଲାଇଟିସରେ ୪୯ ଜଣ ପିଲାଙ୍କ ହେଲାଣି ମୃତ୍ୟୁ

84

କନକ ବ୍ୟୁରୋ : ବିହାର ପରେ ଏବେ ଆସାମର ବିଭିନ୍ନ ଜିଲ୍ଲାରେ ଏନସେଫାଲାଇଟିସ ଆତଙ୍କ ଖେଳିଯାଇଛି। ଜାପାନିଜ୍ ନସେଫାଲାଇଟିସରେ ଆକ୍ରାନ୍ତ ହୋଇ ଆସାମରେ ୪୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହାବାଦ୍ ୧୯୦ ଜଣଙ୍କ ଠାରେ ଜାପାନିଜ୍ ଏନସେଫାଲାଇଟିସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାପାନିଜ୍ ଏନସେଫାଲାଇଟିସକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ ହୋଇଛି। ଏଥିପାଇଁ ସରକାରୀ ଚିକିତ୍ସାଳୟର ଡାକ୍ତର, ନର୍ସ ଏବଂ ଅନ୍ୟ ମେଡିକାଲ୍ କର୍ମଚାରୀଙ୍କ ଛୁଟିକୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଏହି ଜାପାନୀ ଜ୍ବରକୁ ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ ହେଉଛି। ଏବେ ୨୦ଟି ଜିଲ୍ଲାରେ ଉଭୟ ଶିଶୁ ଏବଂ ଯୁବପିଢ଼ିମାନଙ୍କୁ ଏଥିପାଇଁ ଇଂଜେକ୍ସନ୍ ଦିଆଯାଉଛି। ଆସାମରେ ୧୦୯୪ ଗ୍ରାମ ଏନସେଫାଲାଇଟିସରେ ପ୍ରଭାବିତ ହୋଇଥିବାରୁ ଏହିସବୁ ଗ୍ରାମ ଗୁଡ଼ିକରେ ସଚେତନତା ବୃଦ୍ଧି କରାଯାଉଛି ଏବଂ ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

Comments are closed.