କନକବ୍ୟୁରୋ:ଭୁବନେଶ୍ୱର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶାଲିଷ୍ଟ ଉତ୍କଳ ହସ୍ପିଟାଲରେ ରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ ହୋଇଯାଇଛି । ଏହି ବର୍ଷର ସ୍ଲୋଗାନ ହେଉଛି "HEALTH IS YOUR TREASURE BEYOND MEASURE, DROP THE SMOKE FOR LIFE'S PLEASURE" ଏହି ଅବସରରେ ଜନସାଧାରଣଙ୍କୁ ମଧ୍ୟ ସଚେତନା କରାଯାଇଥିଲା । ଏହି ଅବସରରେ ଏକ ସଚେତନତା ଭ୍ୟାନକୁ ପତାକା ଦେଖାଇ ଉତ୍କଳ ହସ୍ପିଟାଲର ଡାଇରେକ୍ଟର ମେଡିକାଲ ସର୍ଭିସ ଡିପାର୍ଟମେଣ୍ଟ ର ମୁଖ୍ୟ ଡ.ରଂଜନ କୁମାର ମହାପାତ୍ର ,ଡ. ରଂଜନ ମହାନ୍ତି,ଡ. ସଂଜୀବ ମିଶ୍ର ,ଡ. ଚିନ୍ମୟ ପାଣି,ଡ. ସଂଜୟ ମିଶ୍ର ଡ. ଦିଲ୍ଲୀପ କର ଡ. ସୁଶାନ୍ତ ପାଇକରାୟ ଡ. ଶେଖ ଇଫତାର ଅଲ୍ଲୀ ,ଡ.ଆର୍ୟ ବାନିଦ୍ୟୁତ ଡ.ସତ୍ୟବ୍ରତ ଦାସ ଡ. ପ୍ରଦ୍ୟୁମ୍ନ ସାହୁ ,ଡ.ବ୍ରହ୍ମାନନ୍ଦ ଶତପଥୀ,ଡ.ମନଭଂଜନ ଜେନା.ଡ. ସୁଶାନ୍ତ ପ୍ରଧାନ ,ଓ ଡ ସତ୍ୟଜିତ ସାହୁ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ସଚେତନ କରାଇଥିଲେ ।