ରାଜ୍ୟରୁ ଚିହ୍ନଟ ହେଲେ ୪୮୮ ନୂଆ ପଜିଟିଭ୍ । ୨୮୫ ଜଣ କ୍ୱାରେଣ୍ଟାଇନରୁ, ୨୦୩ ଜଣ ସ୍ଥାନୀୟ ସଂକ୍ରମିତ 

Advertisment
ରାଜ୍ୟରୁ ଚିହ୍ନଟ ହେଲେ ୪୮୮ ନୂଆ ପଜିଟିଭ୍ । ୨୮୫ ଜଣ କ୍ୱାରେଣ୍ଟାଇନରୁ, ୨୦୩ ଜଣ ସ୍ଥାନୀୟ ସଂକ୍ରମିତ 

କନକ ବ୍ୟୁରୋ: ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୪୮୮ ନୂଆ ପଜିଟିଭ୍ । ସେଥିମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୦୩ ଜଣ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ରହିଛି । ଏଥିସହିତ ଏହି ସଂକ୍ରମିତଙ୍କ ଭିତରେ ୭୭ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ବୋଲି ମଧ୍ୟ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଭିତରୁ ଖୋର୍ଦ୍ଧାରୁ ୨୫୦ ଜଣ ସଂକ୍ରମିତ ହୋଇଥିବାବେଳେ ବାଲେଶ୍ୱରରୁ ୫, କଟକରୁ ୫୪, ଗଞ୍ଜାମରୁ ୮, ଯାଜପୁରରୁ ୯, କେନ୍ଦ୍ରାପଡାରୁ ୮, ମୟୂରଭଞ୍ଜରୁ ୧୯, ପୁରୀରୁ ୧୫, ସମ୍ବଲପୁରରୁ ୧୩,  ସୁନ୍ଦରଗଡରୁ ୧୩ ଏବଂ ଷ୍ଟେଟ୍ ପୁଲରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୪୧,୪୫୭କୁ ବୃଦ୍ଧି ପାଇଥିବାବେଳେ ତା ଭିତରୁ ୧୦,୨୮,୬୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ତେବେ ରାଜ୍ୟରେ ଏବେ ବି ୪୩୭୪ ଜଣ ଆକ୍ରାନ୍ତ ସକ୍ରିୟ ଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe