ଦେଶରେ ‘କରୋନା’ର ବିସ୍ଫୋରକ ସ୍ଥିତି : ଦିନକରେ ୪୮ ହଜାର ୬୬୧ ପଜିଟିଭ , ୭୦୫ ମୃତ; ମହାରାଷ୍ଟ୍ରରେ ସର୍ବାଧିକ ୧୩ହଜାର ୩୮୯ ଜଣଙ୍କ ମୃତ୍ୟୁ

234

କନକ ବ୍ୟୁରୋ : ଦେଶରେ ୧,୩୮୫,୫୨୨ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା । ଆକ୍ରାନ୍ତଙ୍କ ମଧ୍ୟରୁ ୮୮୫୫୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୨,୦୬୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୮,୬୬୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୮୮୨ ରହିଛି । ୨୪ ଘଣ୍ଟାରେ ୭୦୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତକାଲିର ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦେଖିବାକୁ ଗଲେ, ଆଜିର ସଂଖ୍ୟା କମ ରହିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯୮୫ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୭ ଜଣ, ବିହାରରେ ୨୩୪ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୩୯ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୮୦୬ଜଣ, ଗୋଆରେ ୩୩ଜଣ, ଗୁଜରାଟରେ ୨୩୦୦ଜଣ, ହରିୟାଣାରେ ୩୮୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୩୦୫ଜଣ, ଝାଡ଼ଖଣ୍ଡରେ ୮୨ଜଣ, କର୍ଣ୍ଣାଟକରେ ୧୭୯୬ଜଣ, କେରଳରେ ୫୯ଜଣ, ଲଦାଖରେ ୩ ଜଣ, ମଧ୍ୟପ୍ରଦେଶରେ ୭୯୯ଜଣ, ମହାରାଷ୍ଟ୍ରରେ ୧୩୩୮୯ ଜଣ, ମେଘାଳୟରେ ୫ ଜଣ, ଓଡ଼ିଶାରେ ୧୩୦ଜଣ, ପୁଦ୍ଦୁଚେରୀରେ ୩୮ଜଣ, ପଞ୍ଜାବରେ ୨୯୧ଜଣ, ରାଜସ୍ଥାନରେ ୬୧୩ଜଣ, ତାମିଲନାଡୁରେ ୩୪୦୯ଜଣ, ତେଲେଙ୍ଗାନାରେ ୪୫୫ଜଣ, ତ୍ରିପୁରାରେ ୧୧ ଜଣ, ଉତ୍ତରାଖଣ୍ଡରେ ୬୩ଜଣ, ଉତ୍ତରପ୍ରଦେଶରେ ୧୩୮୭ଜଣ ଏବଂ ପଶ୍ଚମବଙ୍ଗରେ ୧୩୩୨ଜଣ ।