କମୁଛି କରୋନା, ଜିତିବ ଦେଶ: ୨୪ ଘଂଟାରେ ୪୫, ୧୪୯ ଆକ୍ରାନ୍ତ, ୫୯ ହଜାର ୧୦୫ ସୁସ୍ଥ; ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ରେ ପହଁଞ୍ଚିଲା

145

କନକ ବ୍ୟୁରୋ: ରାଜ୍ୟ ସହ ଦେଶରେ ମଧ୍ୟ କରୋନାର ଗତି ମନ୍ଥର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ନୂଆ ୪୫ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସମୁଦ‌ାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ ରେ ପହଂଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛିି।

ଏବେ ସୁଦ୍ଧା ୭୧ ଲକ୍ଷ ୩୧ ହଜାର ୨୨୨୯ ଜଣ ଆକ୍ର‌ାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଅଛନ୍ତି ୬ ଲକ୍ଷ ୫୩ ହଜାର ୭୧୭ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୯ ହଜାର ୧୦୫ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗତକାଲି ୯ ଲକ୍ଷ ୩୯ ହଜାର ୩୦୯ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ  ଦେଶରେ ସମୁଦାୟ ୧୦ କୋଟି ୩୪ ଲକ୍ଷ ୬୨ ହଜାର ୭୭୮ ନମୁନା ପରୀକ୍ଷା ହୋଇ ସାରିଲାଣି।

ଅନ୍ୟପଟେ, ଦେଶରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ । ପୂର୍ବ ସପ୍ତାହ ତୁଳନାରେ ଶେଷ ସପ୍ତାହରେ ୧୬ ପ୍ରତିଶତ ହ୍ରାସ ପାଇଛି ନୂଆ ମାମଲା । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ ପ୍ରତିଶତ ହ୍ରାସ ପାଇଛି । ଭାରତରେ ଅକ୍ଟୋବର ୧୯ ରୁ ୨୫ ତାରିଖ ମଧ୍ୟରେ ୩ ଲକ୍ଷ ୬୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ତିନି ମାସ ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଉଛି । ଏହା ପୂର୍ବରୁ ଜୁଲାଇ ମାସ ୨୦ ରୁ ୨୬ ପର୍ଯ୍ୟନ୍ତ ଗୋଟିଏ ସପ୍ତାହରେ ସର୍ବନିମ୍ନ ୩ଲକ୍ଷ ୨୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାପରେ ବଢ଼ି ବଢ଼ି ଚାଲିଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଅକ୍ଟୋବର ୧୨ରୁ ୧୮ ମଧ୍ୟରେ ୪ ଲକ୍ଷ ୨୯ ହଜାର ୪୮୧ , ଅକ୍ଟୋବର ୫ ରୁ- ୧୧ ମଧ୍ୟରେ ୪ଲକ୍ଷ ୯୫ ହଜାର ୬୩୯, ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୪ ମଧ୍ୟରେ ୫ଲକ୍ଷ ୫୦ ହଜାର ୫୪୫, ସେପ୍ଟେମ୍ବର ୨୧ ରୁ ୨୭ ମଧ୍ୟରେ ୫ ଲକ୍ଷ ୮୯ ହଜାର ୭୧୯, ସେପ୍ଟେମ୍ବର ୧୪ ରୁ ୨୦ ମଧ୍ୟରେ ୬ ଲକ୍ଷ ୪୦ ହଜାର ୧୯, ସେପ୍ଟେମ୍ବର ୭ ରୁ ୧୩ ମଧ୍ୟରେ ୬ ଳକ୍ଷ ୪୫ ହଜାର ନୂଆ ମାମଲା ସାମନାକୁ ଆସିଥିଲା । ଅନ୍ୟପଟେ ଗତକାଲି ସୁଦ୍ଧା ଦେଶର କରୋନା ସୁସ୍ଥ ହାର ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ହୋଇଛି ।