କନକ ବ୍ୟୁରୋ : ରବିବାର ଦିନ ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ ଅନେକ ସ୍ଥାନରେ ଭୀଷଣ ବ୍ରଜାପାତ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବଜ୍ରାପାତ କାରଣରୁ ୪୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କାନପୁର ଓ ତାର ଆଖପାଖ ଅଞ୍ଚଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରୟାଗରାଜରେ ୧୪, କୌଶମ୍ବୀରେ ୪, ଅଗ୍ରାରେ ୩, ପ୍ରତାପଗଡ, ବାରଣାସୀ ଓ ରାୟବରେଲିରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ସ୍ଥାନରେ ପଶୁପକ୍ଷୀଙ୍କର ବି ମୃତ୍ୟୁ ହୋଇଛି । ମୃତକଙ୍କ ପରିଜନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସେହିଭଳି ରାଜସ୍ଥାନର ଏକ ମୋବାଇଲ ଟାୱାର ଉପରେ ଚଢି ସେଲ୍ଫି ନେଉଥିବା ବେଳେ ବଜ୍ରାପାତ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି ।
The Prime Minister was briefed about the loss of lives and damages due to lightning in parts of Uttar Pradesh. An ex-gratia of Rs. 2 lakh each from PMNRF would be given to the next of kin of the deceased and Rs. 50,000 would be given to the injured.
— PMO India (@PMOIndia) July 12, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାର ସଂପର୍କରେ ଅବଗତ ହେବା ପରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଧାନମନ୍ତ୍ରୀ ସହାୟତା ଫଣ୍ଡରୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ବୈଜ୍ଞାନିକ ମାନଙ୍କ ମତରେ ଏହି ସମୟରେ ଆରବ ସାଗର ଓ ବଙ୍ଗଳାଦେଶ ପଟରୁ ମୌସୁମୀ ପବନ ଉତ୍ତର ଦିଗକୁ ବହୁଛି । ଟ୍ରାଫ୍ ଲାଇନର ଦୁଇ ପଟରୁ ବର୍ଷା ହେଉଛି । ଯେତେବେଳେ ଦୁଇ ପଟରୁ ଆସୁଥିବା ମୌସୁମୀ ପବନ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହେଉଛି ସେତେବେଳେ ବିଜୁଳି ସୃଷ୍ଟି ହେଉଛି ।