ରାଜ୍ୟରେ ପୁଣି ୪୮ନୂଆ ଆକ୍ରାନ୍ତ ଚିହ୍ନଟ: ଗଂଜାମ, ବାଲେଶ୍ୱରରୁ ସର୍ବାଧିକ ୧୨ ପଜିଟିଭ। ପୁରୀରୁ ୧୦, ଭଦ୍ରକରୁ ୬ ଏବଂ ନୟାଗଡରୁୁ ୩ ନୂଆ ଆକ୍ରାନ୍ତ ଠାବ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି

ଆସିଲା ନୂଆ ଆକ୍ରାନ୍ତଙ୍କ ତଥ୍ୟ:  କଟକ, ସୁନ୍ଦରଗଡ଼ ଓ ଦେବଗଡ଼ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା; ବାଲେଶ୍ୱରର ୭, ଭଦ୍ରକର ସମସ୍ତ ପଜିଟିଭ ପଶ୍ଚିମବଙ୍ଗ ଫେରନ୍ତା; ସଙ୍ଗରୋଧରେ ଥିଲେ ସବୁ ସଂକ୍ରମିତ

କନକ ବ୍ୟୁରୋ: ରାଜ୍ୟରେ ଆଉ ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଂଜାମ, ପୁରୀ, ଦେବଗଡ, ଯାଜପୁର, ବାଲେଶ୍ୱର,କଟକ, ନୟାଗଡ, ଭଦ୍ରକ ଏବଂ ସୁନ୍ଦରଗଡରୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୪୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ୧୨, ବାଲେଶ୍ୱରରୁ ୧୨, ପୁରୀରୁ ୧୦, ଭଦ୍ରକରୁ ୬, ନୟାଗଡରୁ ୩, ଯାଜପୁରରୁ ୨, ସୁନ୍ଦରଗଡ, କଟକ ଏବଂ ଦେବଗଡରୁ ଜଣେ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

publive-image

ଗଂଜାମରେ ଆଜି ୧୨ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪କୁ ବୃଦ୍ଧି ପାଇଛି । ସେହିପରି ବାଲେଶ୍ୱରେ ଆଜିର ନୂଆ ୧୨ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୨ ଛୁଇଁଲା । ତେବେ କିଛି ଦିନର ବିରତି ପରେ ଆଜି ପୁରୀରେ ଏକାବେଳକେ ୧୦ ନୂଆ କରୋନା ପଜିଟିଭ ବାହାରିଛି । ଫଳରେ ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଂଚିଛି । ସେହିଭଳି ନୂଆ ୪୮ ଆକ୍ରାନ୍ତଙ୍କ ଭିତରରେ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ୬ ନୂଆ କରୋନା ପଜିଟିଭ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ୪୬କୁ ବୃଦ୍ଧି ପାଇଛି ।

publive-image

ଅନ୍ୟପଟେ ନୟାଗଡରେ ମଧ୍ୟ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଆଜି ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି । ସେହିଭଳି ଯାଜପୁରରେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ଛୁଇଁଲା । ସେହିଭଳି ଆଜି ସୁନ୍ଦରଗଡ, କଟକ ଏବଂ ଦେବଗଡରୁ ଜଣେ ଲେଖାଏ କରୋନା ସଂକ୍ରମିତ ଠାବ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬, ୪ ଏବଂ ୨କୁ ବୃଦ୍ଧି ପାଇଛି ।

publive-image  

ସେପଟେ ଆଜି ନୂଆ ୪୮ କରୋନା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୧୧ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe