ରାଜଧାନୀରୁ ପୁଣି ୪୮ ଡେଙ୍ଗୁ ରୋଗୀ ଚିହ୍ନଟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ସଂଖ୍ୟା ୨ହଜାର ୫୯କୁ ବୃଦ୍ଧି।

73

କନକ ବ୍ୟୁରୋ: ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ । ମାଡ଼ିଚାଲିଛି ଡେଙ୍ଗୁ ସଂକ୍ରମଣ । ରାଜଧାନୀ ଭୁବନେଶ୍ୱରରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଭୁବନେଶ୍ୱରରୁ ପୁଣି ୪୮ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୨ହଜାରରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଗଲାଣି । ଅଗଷ୍ଟ ମାସରେ ୭୬୩ ଓ ସେପ୍ଟେମ୍ବରରେ ବର୍ତମାନ ସୁଦ୍ଧା ୧ହଜାର ୩ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହା ବ୍ୟତୀତ ଭୁବନେଶ୍ୱର ଉପକଣ୍ଠରୁ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଅଛନ୍ତି ।

ବର୍ତମାନ ଟେଷ୍ଟିଂ ପଜିଟିଭିଟି ରେଟ୍ ଶତକଡ଼ା ୬୦ପ୍ରତିଶତରୁ ହ୍ରାସ ପାଇ ୩୦ପ୍ରତିଶତକୁ ଆସିଛି । ସେହିପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଛି । ୩ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ ୫୬ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଳାରେ ମୋଟ ୧୧୦ରୁ ଅଧିକ ଡେଙ୍ଗୁ ରୋଗୀ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ରାଉରକେଲାରୁ ସର୍ବାଧିକ ୯୯ଜଣଙ୍କୁ ଚିହ୍ନଟ କରାଯାଇଛି । ମୟୂରଭଞ୍ଜରେ ମଧ୍ୟ ଗତ ମାସକ ଭିତରେ ୩୨ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।