ସମୁଦ୍ରରୁ ମିଳିଲା ଦୁର୍ଲ୍ଲଭ ପ୍ରଜାତିର ମାଛ । ଏତେ ଦାମରେ ବିକ୍ରି ହେଲା ଯେ ବଦଳିଗଲା ମାଛଧାରଳୀଙ୍କ ଭାଗ୍ୟ

322

କନକ ବ୍ୟୁରୋ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି କି ଦିଅନ୍ତି । ହେଲେ ସମୁଦ୍ର ବି ଏମିତି ଦାନକରେ ତାହା ପ୍ରଥମଥର ଦେଖିବାକୁ ମିଳିଛି । ଏମିତି କିଛି ଦେଖିବାକୁ ମିଳିଛି ପାକିସ୍ତାନର ବେଲୁଚିସ୍ତାନ ଗବାଦରରେ ରହୁଥିବା ଜଣେ ମାଛ ଧରାଳୀଙ୍କ କ୍ଷେତ୍ରରେ । ଏହି ମାଛ ଧାରାଳୀଙ୍କ ହାତରେ ୪୮ କିଲୋ ଓଜନର ଏକ ଦୁର୍ଲ୍ଲଭ ମାଛ ଧରାପଡିଥିଲା । ଏହି ମାଛଟି ରବିବାର ଦିନ ଯେଉଁ ଦାମରେ ବିକ୍ରି ହୋଇଛି ତାହା ଜଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପାକିସ୍ତାନର ଗଣମାଧ୍ୟମ ‘ଡୋନ’ ମୁତାବକ ଏହି କ୍ରୋକର ମାଛକୁ ଯେଉଁ ନୌକାରେ ଧରାଗଲା ଏହାର ମାଲିକଙ୍କ ନାମ ସାଜିଦ୍ ହାଜି ଓ ମାଛଟିକୁ ଧରିବା ବେଳେ ଯିଏ ନୌକା ଚାଳନା କରୁଥିଲେ ତାଙ୍କ ନାମ ବହିଦ୍ ବଲୌଚ ।
ଗବାଦର ମତ୍ସ୍ୟ ବିଭାଗର ଉପ ନିର୍ଦ୍ଦେଶକ ଅହମ୍ମଦ ନଦୀମଙ୍କ କହିବା ମୁତାବକ ଆଜି ଯାଏ ସେ କୌଣସି ମାଛକୁ ଏତେ ଦାମରେ ବିକ୍ରି ହୋଇଥିବା ଦେଖି ନାହାନ୍ତି । ଏହି ମାଛଟି ପାକିସ୍ତାନୀ ମୁଦ୍ରାରେ ୭୨ ଲକ୍ଷ ଯଥା ଭାରତୀୟ ମୁଦ୍ରାରେ ୩୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।

କହିରଖୁ କି ବଡ କ୍ରୋକର ମାଛ ବିଶେଷ ଭାବେ ୟୁରୋପ ଓ ଚୀନରେ ବେଡି ଡିମାଣ୍ଡ ରହିଥାଏ । କିଛି ମାଛ ତାର ମାଂସ ପାଇଁ ବେସ୍ ଅଧିକ ଦାମରେ ବିକ୍ରି ହୋଇଥାନ୍ତି । କ୍ରୋକର ମାଛର ମାଂସରୁ ମେଡିସିନ୍ ପ୍ରସ୍ତୁତ ହୋଇଥାଏ । ଯାହାକି ଅପରେଶନ ବେେୂଳ ବ୍ୟବହାର କରାଯାଏ । ଏହି କାରଣରୁ ଏହି ମାଛର ଦାମ ଏତେ ଅଧିକ ରହିଥାଏ ।

କିଛିଦିନ ପୂର୍ବରୁ ଏଭଳି ଏକ ମାଛ ସମାନ ସ୍ଥାନରୁ ଅବଦୁଲ୍ ହକ୍ ନାମକ ଜଣେ ମାଛଧରାଳୀଙ୍କ ହାତରେ ଧରାପଡିଥିଲା । ମାତ୍ର ସେତେବେଳେ ସେ ତାକୁ ୭.୮୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ।