ଭୁବନେଶ୍ୱରକୁ ଭୂତାଣୁ ଭୟ । ଆଜି ୪୭୬ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୧୪୦ ଜଣ

233

କନକ ବ୍ୟୁରୋ: ଭୁବନେଶ୍ୱରରେ ବଢୁଛି ଭୂତାଣୁ ଭୟ । ଆଜି ଭୁବନେଶ୍ୱରରେ ୪୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୮୮ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେପଟେ ଭୁବନେଶ୍ୱରରେ ୧୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅଶୋକ ନଗର, ବଡଗଡ, ବରମୁଣ୍ଡା, ବମିଖାଲ, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ଡୁମୁଡୁମା, ଇନଫୋସିଟି, ଆଇଆରସି ଭିଲେଜ, କଳିଙ୍ଗନଗର, ଖଣ୍ଡଗିରି ଓ ସହିଦ ନଗର ଅଞ୍ଚଳରୁ ପିଜିଟିଭ ଚିହ୍ନଟ ହୋଉଛନ୍ତି । ଧିରେ ଧିରେ ଭୁବନେଶ୍ୱରରୁ ପଜିଟିଭ ସଂଖ୍ୟା ବଢୁଥିବାରୁ ଏହା ବିଏମସି ପାଇଁ ଚିନ୍ତାର କାରଣ ପାଲଟିଛି ।

ରାଜ୍ୟକୁ ପୁଣି ସଂକ୍ରମଣ ଫେରୁଥିବାରୁ ଏବେ ସରକାର କଟକଣାକୁ କଡାକଡି କରିଛନ୍ତି । ଆଉ କୋଭିଡ ମୁକାବିଲା ଉପରେ ଗୁରୁତ୍ୱ ଦେଇଛନ୍ତି । ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଉଛି, ମାସ୍କ ଓ ସାମାଜିକ ଦୂରତା ରଖିବାକୁ କୁହାଯାଉଛି ।