କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟିକା ନେବା ପରେ କରୋନା ସଂକ୍ରମଣରେ ୪୭୫ ଜଣଙ୍କର ମୃତ୍ୟୁ

183

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଟିକେ କମିଥିବା ବେଳେ ସରକାରଙ୍କ ତରଫରୁ ଟିକାକରଣ ଅଭିଯାନକୁ ଯୋରଦାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ହେଲେ ଟିକାକରଣ ପରେ ମେ ୨୮ ତାରିଖ ପର୍ଯ୍ୟନ୍ତ ୪୭୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି  । ଏଭଳି ସୂଚନା ଏକ ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବମ୍ବେ ହାଇକୋର୍ଟଙ୍କ ନିକଟରେ ଦାଖଲ କରିଛନ୍ତି । ସରକାରଙ୍କ ତରଫରୁ ଦାଖଲ କରାଯାଇଥିବା ୧୪ ପୃଷ୍ଟା ବିଶିଷ୍ଟ ଏହି ଦସ୍ତାବିଜରେ କୁହାଯାଇଛି କି, ମେ ୨୮ ତାରିଖ ସୁଦ୍ଧା ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୪୭୫ ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସରକାର କୋର୍ଟକୁ କହିଛନ୍ତି କି ଘର ପାଖରେ ଟିକା ଦେବା ପରିବର୍ତ୍ତେ ଘର ଘର ବୋଲି ଟିକା ଦେବା ଭଲ । କରୋନା ପାଇଁ ଟିକାକରଣକୁ ନେଇ ରାଷ୍ଟ୍ରୀୟ ବିଶେଷଜ୍ଞ କମିଟି ପ୍ରଶାସନକୁ ହାଇକୋର୍ଟର ନିର୍ଦ୍ଦେଶ ଦେଖାଇଥିଲେ । ଯେଉଁ ନିର୍ଦ୍ଦେଶନାମାରେ ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କୁ ଘର ଘର ବୋଲି ଟିକା ଦେବାକୁ କୁହାଯାଇଥିଲା । ଏନେଇ ରାଷ୍ଟ୍ରୀୟ ବିଶେଷଜ୍ଞ କମିଟି ନିତୀ ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡ. ବି.କେ ପାଲଙ୍କ ସହ ମେ ୨୫ ୨୦୨୧ ରେ ବୈଠକ କରିଥିଲେ ।

ସରକାର କୋର୍ଟରେ ଦାଖଲ କରିଥିବା ଦସ୍ତାବିଜରେ କହିଛନ୍ତି କି ଏହି ବୈଠକ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିଅର ହୋମ କୋଭିଡ ଟିକାକରଣ କେନ୍ଦ୍ର ସହିତ ସମ୍ବୋନ୍ଧିତ ଏକ ଏସଓପି ପ୍ରସ୍ତୁତ କରିଛି । ଯାହାକୁ ୱେବସାଇଟ୍ ମାଧ୍ୟମରେ ପ୍ରକାଶ କରାଯାଇଛି ।

ଏନଇଜିଭିସି ନିଦ୍ଦେଶନାମାରେ କହିଛି କି ଘର ଘର ବୋଲି ଟିକାକରଣ ଅଭିଯାନର ଦାୟିତ୍ୱ ଜିଲ୍ଲା ଓ ସହରର ପ୍ରଶାସନ ନେବ । ଯେଉଁମାନେ ଟିକା ନେବେ ସେମାନେ କୋ ୱିନ୍ ଆପ କିମ୍ବା ଟିକାକରଣ ବେଳେ ପଞ୍ଜିକରଣ କରିପାରିବେ । ଏହାସହ ଆକସ୍ମିକ ଦୁର୍ଘଟଣା ପାଇଁ ଟିକାକରଣ କେନ୍ଦ୍ର ନିକଟରେ ଜରୁରୀ କାଳୀନ ବାହାନର ବ୍ୟବସ୍ଥା କରାଯିବା ଉଚିତ୍ ।