କାୟା ମେଲାଉଛି କରୋନା  । ୨୪ ଘଣ୍ଟାରେ ରାଜ୍ୟରେ ୪୭୧ ନୂଆ ସଂକ୍ରମିତ ଚିହ୍ନଟ । 

189

କନକ ବ୍ୟୁରୋ : ଦିନକୁ ଦିନ ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା । ଗତକାଲି ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା ୪୫୨କୁ ବଢ଼ିଥିବାବେଳେ ଆଜି ୪୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୭୮ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୧୯୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରେ ୧୦ ଜଣ, ବାଲେଶ୍ୱରରେ ୧୫ ଜଣ, ବରଗଡ଼ରେ ୫ ଜଣ, ଭଦ୍ରକରେ ୬ ଜଣ, ବଲାଙ୍ଗୀରରେ ୩୬ ଜଣ, କଟକରେ ୨୨ ଜଣ, ଢେଙ୍କାନାଳ ଓ ଜଗତସିଂହପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଜପତିରେ ୨ ଜଣ, ଗଞ୍ଜାମରେ ୧୨ ଜଣ, ଯାଜପୁରରେ ୧୧ ଜଣ, ଝାରସୁଗୁଡାରେ ୨୩ ଜଣ, କଳାହାଣ୍ଡିରେ ୫୦ ଜଣ, କନ୍ଧମାଳରେ ୩ ଜଣ, କେନ୍ଦ୍ରାପଡାରେ ୨ ଜଣ, କେଉଁଝରରେ ଜଣେ, ଖୋର୍ଦ୍ଧାରେ ୪୦ ଜଣ, କୋରାପୁଟରେ ୭ ଜଣ, ମୟୁରଭଞ୍ଜରେ ୧୬ ଜଣ, ନବରଙ୍ଗପୁରରେ ୧୭ ଜଣ, ନୟାଗଡରେ ୪ ଜଣ, ନୂଆପଡାରେ ୪୨ ଜଣ, ପୁରୀରେ ୧୪ ଜଣ, ରାୟଗଡାରେ ୮ ଜଣ, ସମ୍ବଲପୁରରେ ୨୭ ଜଣ, ସୋନପୁରରେ ୨ ଜଣ, ସୁନ୍ଦରଗଡରେ ୮୫ ଜଣ, ଷ୍ଟେଟ ପୁଲରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୨୦୫ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୩୦୮୫ଟି ସକ୍ରିୟ ମାମଲା ରହିଛି ।