କନକ ବ୍ୟୁରୋ : ଭୟଙ୍କର ଭୂମିକମ୍ପରେ ତୁର୍କୀ ଯେତେବେଳେ ଥରିଉଠିଥିଲା ସେତେବେଳେ ସହାୟତାର ହାତ ବଢାଇଥିଲା ଭାରତ । ଭିଷଣ ଭୂମିକମ୍ପରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ ଟିମକୁ ପଠାଇଥିଲା ଭାରତ । ତୁର୍କୀରେ ଧ୍ୱଂଶାବଶେଷ ତଳେ ଦବି ରହିଥିବା ଅନେକ ଲୋକଙ୍କୁ ଜିବିତ ଉଦ୍ଧାର କରିଥିବା ବେଳେ ଅନେକ ମର ଶରୀରକୁ ଭଗ୍ନାଶଂ ତଳୁ ବାହାର କରିଛନ୍ତି ଏନଡିଆରଏଫ୍ ଟିମ୍ । ଯାହାକୁ ନେଇ ଏବେ ତୁର୍କୀରେ ଭାରତର ଏହି ଜୀବନ ରକ୍ଷାକାରୀ ଯବାନଙ୍କ ପ୍ରଶଂସା କରାଯାଉଛି ।

Advertisment

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ତୁର୍କୀରେ ପ୍ରାୟ ୩୦ହଜାରରୁ ଅଧିକ ଲୋକଙ୍କୁ ଧ୍ୱଶାଂବଶେଷ ତଳୁ ବାହାର କରିଛନ୍ତି ଏନଡିଆରଏଫ୍ ଟିମ୍ । ଆଜି ଭାରତ ଫେରିଛି ଏନଡିଆରଏଫ୍ ଟିମ୍ । ଆଉ ଏତିକିବେଳେ ତୁର୍କୀର ବିମାନବନ୍ଦରରୁ ଆସିଛି ଭାବବିହ୍ୱଳ କରିଦେଲାଭଳି ଚିତ୍ର । ଭାରତ ଫେରୁଥିବା ଏନଡିଆରଏଫ୍ ଯବାନଙ୍କୁ ତୁର୍କୀର ଅଦାନା ବିମାନବନ୍ଦରରେ ତିଳି ମାରି ଫୁଲ ପକାଇ ବିଦାୟ ଜଣାଇଛନ୍ତି ଅଦାନା ଏୟାରପୋର୍ଟର କର୍ମୀ । ପୂରା ଏୟାରପୋର୍ଟ ତାଳି ମାଡରେ କମ୍ପି ଉଠିଥିଲା । ତୁର୍କୀରୁ ଫେରିବା ପରେ ଭାରତ ବିମାନବନ୍ଦରରେ ବି ଏନଡିଆରଏଫ୍ ଯବାନଙ୍କ ଭବ୍ୟ ସ୍ୱାଗତ କରାଯାଇଥିଲା ।
ତୁର୍କୀରେ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଏନଡିଆରଏଫ୍ ଟିମ୍ । ଅନେକ ଆହତଙ୍କୁ ମାଟିତଳୁ ବଞ୍ଚାଇଛନ୍ତି । ଯାହାକୁ ନେଇ କେବଳ ତୁର୍କୀ ନୁହେଁ ସାରା ବିଶ୍ୱ ପ୍ରଶଂସା କରୁଛି । ଆଉ ଏନଡିଆରଏଫ୍ ଯବାନଙ୍କ ଏହି ସାହସିକତା ପାଇଁ ଆଜି ଆମ ଦେଶ ଭାରତ ଗର୍ବିତ ।