କନକ ବ୍ୟୁରୋ: ୪୭ କେଜି ଗଞ୍ଜେଇ ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସୋନପୁର ଅବକାରୀ ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ୪୭ କେଜି ଗଞ୍ଜେଇ ଜବତ କରିଛି । ବିନିକା ଅଂଚଳରେ ପାଟ୍ରୋଲିଂ ବେଳେ ଅବକାରୀ ଟିମ୍ ସଂସାମୁରା ଛକ ନିକଟରେ ଗଂଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିବା ସହ ୯ କେଜି ଗଂଜେଇ ଜବତ କରିଥିଲା । ସେହିପରି ଉର୍ଲେ ଛକ ନିକଟରୁ ଜଣେ ବାଇକ ଆରୋହୀଙ୍କ ଠାରୁ ୮ କେଜି ଗଂଜେଇ ଜବତ କରି ଜଣଙ୍କୁ ଗିରଫ କରାଯାଇଛି ।
ସେହିପରି ସକାଳୁ ସକାଳୁ ଚେକିଂ ବେଳେ କାରରେ ଗଂଜେଇ ଚାଲାଣ କରୁଥିବା ୩ଜଣ ଅଭିଯୁକ୍ତଙ୍କ ସହ ୩୦ କେଜି ଗଂଜେଇ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୋନପୁର ଅବକାରୀ ଅଧିକ୍ଷକ । ତିନୋଟି ଘଟଣାରେ ୨ଟି ବାଇକ, ଗୋଟିଏ କାର ସହ ମୋଟ ୫ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/27-6.jpg)