ଭୁବନେଶ୍ୱରରୁ ଆଜି ୪୬୮ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୮୨ ଓ ସ୍ଥାନୀୟ ଅଞ୍ଚଳରୁ ୩୮୬ ଆକ୍ରାନ୍ତ ଚିହ୍ନଟ ।

101

କନକ ବ୍ୟୁରୋ: ଭୁବନେଶ୍ୱରରୁ ଆଜି ୪୬୮ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୮୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ୧୪୭ରେ ପହଞ୍ଚିଛି ।

ଭୁବନେଶ୍ୱରର ଅଶୋକ ନଗର, ବଡଗଡ, ଆଚାର୍ଯ୍ୟ ବିହାର, ଭରତ ପୁର, ଗଙ୍ଗା ନଗର, ସିଆରପିଏଫ କ୍ୟାମ୍ପସ, ପଳାସପଲ୍ଲୀ, ଖଣ୍ଡଗିରି ଓ ପାହାଳ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଧିରେ ଧିରେ ରାଜଧାନୀରେ ସଂକ୍ରମଣ ବ୍ୟାପୁଥିବାରୁ ଏବେ ଚିନ୍ତାରେ ରହିଛନ୍ତି ସରକାର ।