ବ୍ରହ୍ମପୁର ଜେଲରେ ପଶିଲା କରୋନା : ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୬ କଏଦୀଙ୍କୁ କରୋନା ; ସୂଚନା ଦେଲେ ଜେଲ କର୍ତୃପକ୍ଷ

74

କନକ ବ୍ୟୁରୋ : ବ୍ରହ୍ମପୁର ଜେଲରେ ପଶିଲା କରୋନା । ୪୬ କଏଦୀଙ୍କ ରିପୋର୍ଟ ଆସିଛି ପଜିଟିଭ୍ । ଏନେଇ ନିଜେ ସୂଚନା ଦେଇଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିକାରୀ । ଜେଲରେ ଜଣେ ଆଜୀବନ ସଜା ଭୋଗୁଥିବା କଏଦୀଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ତାଙ୍କର ଚିକିତ୍ସା ସେଠାରେ ଚାଲିଥିବା ସମୟରେ ଅନ୍ୟ କଏଦୀଙ୍କ ନମୂନା ପରୀକ୍ଷା କରାଯାଇଥିଲା । ମୋଟ୍ ୯୪୪ ଜଣ କଏଦୀଙ୍କ ମଧ୍ୟରୁ ୮୦ କଏଦୀଙ୍କ ସମେତ ୨ ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା ଗତକାଲି କରାଯାଇଥିଲା । ଏହା ମଧ୍ୟରୁ ୪୬ ପଜିଟିଭ୍ ଆସିଛି । ଏହି ସମସ୍ତ ପଜିଟିଭଙ୍କୁ ଜେଲ ଭିତରେ ଖୋଲାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ନୂଆ କୋଭିଡ କେୟାର ସେଂଟରରେ ଭର୍ତି କରାଯାଇଛି । ଜେଲ ମଧ୍ୟରେ କରୋନା ଚିହ୍ନଟ ହେବା ଘଟଣା ଜେଲ କର୍ତୃପକ୍ଷଙ୍କ ଚିନ୍ତ ବଢାଇ ଦେଇଛି ।

Comments are closed.