ଦେଶରେ ବଢୁଛି ‘କରୋନା’ ପ୍ରକୋପ: ସିଆରପିଏଫର ୪୬ ଜଣ ଯବାନଙ୍କଠାରେ ଠାବ ହେଲା ଭୁତାଣୁ: ଜଣେ ମୃତ, ବାଟାଲିୟନ ସିଲ୍

632

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀର ପ୍ରକୋପ କ୍ରମାଗତ ଭାବେହଢି ଚାଲିଛି । ସାଧାରଣ ଜନତାଙ୍କଠରାୁ ଆରମ୍ଭ କରି ବଡ ବଡ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ କେହି ବି ହେଲେ କରୋନାର ପ୍ରକୋପରୁ ବର୍ତ୍ତିପାରିନାହାନ୍ତି । ତେବେ ଏସବୁ ଭିତରେ କରୋନା ମହାମାରୀକୁ ନେଇ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଦେଶରେ କରୋନା ଲଢେଇରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଜଣେ ପୋଲିସ୍ କର୍ମୀଙ୍କ କରୋନା ଜନିତ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

ଦିଲ୍ଲୀର ମୟୂର ବିହାରରେ ନିୟୋଜିତ ସିଆରପିଏଫର ୩୧ ବାଟାଲିୟନରେ କରୋନା ଯୋଗୁଁ ଜଣେ ୫୫ ବର୍ଷୀୟ ସବ-ଇନ୍ସେପେକ୍ଟରଙ୍କର ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଯବାନ ସଂକ୍ରମିତ ହୋଇଥିବା ଜଣାପଡିଛି। ତେଣୁ ବର୍ତ୍ତମାନ ସମଗ୍ର ବାଟାଲିୟନକୁ କ୍ୱାରେଣ୍ଟାଇନ କରାଯାଇଛି ଏବଂ ସମସ୍ତଙ୍କର ଯାଂଚ କରାଯାଉଛି । ତେବେ କରୋନାରେ ସହିଦ ହୋଇଥିବା ପୁଲିସ ଅଧିକାରୀ ଜଣକ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ରୋଗୀ ଥିଲେ ବୋଲି ଚିକିତ୍ସିତ କରୁଥିବା ଡାକ୍ତରମାନେ କହିଛନ୍ତି ।