କନକ ବ୍ୟୁରୋ: କରୋନା କାଳରେ କଟକବାସୀଙ୍କ ପାଇଁ ଖୁସି ଖବର । କଟକରେ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡି । ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହେଉଥିବା ସିରୋ ସର୍ଭେରୁ ସ୍ପଷ୍ଟ ହୋଇଛି । ଚଳିତ ମାସ ନଭେମ୍ବର ୨ ତାରିଖରୁ ୫ ତାରିଖ ଯାଏଁ ପ୍ରଥମ ଥର ପାଇଁ କଟକରେ ହୋଇଥିବା ସିରୋ ସର୍ଭେରୁ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି । ତେବେ ୪୬. ୩୯ ପ୍ରତିଶତ ଲୋକଙ୍କ ଦେହରେ ଏହି ପ୍ରଭାବ ଦେଖିବାକୁ ମିଳିଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏମସି କମିଶନର ।

Advertisment

ତେବେ କଟକରେ ମୋଟ ୨୨୭୪ ନମୂନା ସଂଗ୍ରହ କରାଯାଇଥିଲା । ୨୫ଟି ୱାର୍ଡରୁ ୧୬୩୪ ଏବଂ ଅଧିକ ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ନମୂନା ସଂଗ୍ରହ କରାଯାଇଛି । ତେବେ ହାଇରିସ୍କ ଗ୍ରୁପରେ କରୋନା ଯୋଦ୍ଧା, ସାମ୍ବାଦିକ, ସରକାରୀ କର୍ମଚାରୀ ଆଧି ଆଗ ଧାଡିର ଲୋକଙ୍କର ସିରୋ ସର୍ଭେ ହୋଇଛି । ଆଶା, ଅଙ୍ଗନୱାଡି କର୍ମୀ, ସିଏମିସି କର୍ମଚାରୀ ଏବଂ ଆରଏମଆରସିର ୫ ଜଣିଆ ଟିମ୍ ଏହି ସିରୋ ସର୍ଭେ କରିଥିଲେ ।

ତେବେ ଅଳ୍ପ ବୟସର ଲୋକଙ୍କ କ୍ଷେତ୍ରରେ ଅଧିକ ଆଣ୍ଟିବଡି ବିକଶିତ ହୋଇଛି । ତେଣୁ ଆଗକୁ ଧନତେରାସ, ଦୀପାବଳୀରେ ଗହଳି ନକରିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା ସହ କରୋନା ନିୟମ ମାନି ଯେମିତି ଦୁର୍ଗାପୂଜା ପାଳନ ହେଲା ସେମିତି ଆଗାମୀ ପାର୍ବଣ ପାଳିବାକୁ ପରାମର୍ଶ ଦେଇଛନ୍ତି ସିଏମସି କମିଶନର ।