କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ଦମଦାର ଶତକ । ୮୭ ବଲରୁ ୧୧୩ ରନର ଇନିଂସ ଖେଳି ଦିନିକିଆରେ ନିଜର ୪୫ତମ ଶତକ ହାସଲ କରିଛନ୍ତି କୋହଲି । ଦିନିକିଆରେ ପୁଣିଥରେ ଶତକ ହାସଲ ସହ ଫର୍ମକୁ ଫେରିଛନ୍ତି ବିରାଟ କୋହଲି । ମାତ୍ର ୨୬୬ ମ୍ୟାଚରୁ ୪୫ ତମ ଶତକ ହାସଲ କରିଛନ୍ତି କୋହଲି । ଏହାସହ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୭୩ଟି ଶତକ ନିଜ ନାଁରେ କରିଛନ୍ତି କୋହଲି । ବିରାଟ ସର୍ବାଧିକ ଶତକ ହାସଲକାରୀ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ରହିଛନ୍ତି । ସଚିନ୍ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ମୋଟ ୧୦୦ଟି ଶତକ ହାସଲ କରିଛନ୍ତି । ଯେଉଁଥିରେ ଦିନିକିଆରେ ୪୯ ଓ ଟେଷ୍ଟରେ ୫୧ଟି ଶତକ ରହିଛି ।
Back to back ODI hundreds for @imVkohli 👏👏
Live - https://t.co/MB6gfx9iRy#INDvSL@mastercardindiapic.twitter.com/Crmm45NLNq
— BCCI (@BCCI) January 10, 2023
ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଭାରତର ଟପ୍ ଅର୍ଡର ବ୍ୟାଟର । ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ସହ ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । ମାତ୍ର ୬୭ ବଲରୁ ବିସ୍ଫୋରକ ୮୩ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ ରୋହିତ । ସେହିଭଳି ରୋହିତଙ୍କ ସହ ତାଳ ଦେଇ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ଶୁଭମାନ୍ ଗିଲ । ମାତ୍ର ୬୦ ବଲରୁ ୭୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ ଗିଲ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/FmG62LpaAAAis0O.jpg)