ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୪, ୫୮୭ କରୋନା ଆକ୍ରାନ୍ତ

ଦେଶରେ ୨୪ ଘଣ୍ଟାରେ ୧୧,୮୫୦ ସଂକ୍ରମିତ ଚିହ୍ନଟ, ୫୫୫ ମୃତ୍ୟୁ ରେକର୍ଡ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ କରୋନା ପଜିଟିଭ । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩, ୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୫୫, କଟକରୁ ୪୪୦, ନବରଙ୍ଗପୁରରୁ ୧୨୨, ଝାରସୁଗୁଡାରୁ ୨୦, ଅନୁଗୁଳରୁ ୨୪୪, ମୟୂରଭଞ୍ଜରୁ ୨୧୦, ସମ୍ବଲପୁରରୁ ୫୨, ନୂଆପଡାରୁ ୧୫, ପୁରୀରୁ ୨୪୧, ବରଗଡରୁ ୫୬, ଯାଜପୁରରୁ ୩୧୩, ବଲାଙ୍ଗିରିରୁ ୫୪, କେନ୍ଦୁଝରରୁ ୧୧୫, ଗଞ୍ଜାମରୁ ୩୩, ବାଲେଶ୍ୱରରୁ ୩୨୦, ଗଜପତିରୁ ୪୧, ରାୟଗଡାରୁ ୬୦, କଳାହାଣ୍ଡିରୁ ୫୯, ନୟାଗଡରୁ ୧୩୯, ସୋନପୁରରୁ ୪୧, ଜଗତସିଂହପୁରରୁ ୨୦୨, ଦେବଗଡରୁ ୨୯, କେନ୍ଦ୍ରାପଡାରୁ ୧୮୦, କୋରାପୁଟରୁ ୬୮, ଭଦ୍ରକରୁ ୨୧୪, କନ୍ଧମାଳରୁ ୬୦, ମାଲକାନଗିରିରୁ ୭୩, ଢେଙ୍କାନାଳରୁ ୨୧୦ ଓ ବୌଦ୍ଧରୁ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe