ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ‘ଏକ ଦେଶ ଏକ ନିର୍ବାଚନ’ ସ୍ୱପ୍ନ ମହଙ୍ଗା ପଡ଼ିବ। ବିଜେପି ଏହି ପ୍ରକ୍ରିୟାକୁ ନେଇ ଯଦିଓ ନିର୍ବାଚନରେ କମ୍ ଟଙ୍କା ଖର୍ଚ୍ଚ ହେବ ବୋଲି ଦାବି କରୁଛି ତଥାପି ଆଇନ୍ କମିସନ୍ ଏହାକୁ ସ୍ୱୀକାର କରୁନାହିଁ। ଆଇନ୍ କମିସନର ଆକଳନ ଅନୁସାରେ ନୂଆ ଇଭିଏମ ଓ ପେପର ଟ୍ରେଲ ମେଶିନ କିଣିବାରେ ୪୫୫୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ପକ୍ଷ ରଖୁଛି।

Advertisment

ଏକକାଳୀନ ନିର୍ବାଚନ କରାଯିବା ନେଇ ଆଇନ୍ କମିସନ୍ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ପାଇଁ ୧୦,୬୦,୦୦୦ ମତଦାନ କେନ୍ଦ୍ର ଦରକାର ଅଛି। ଯଦି ଏକକାଳୀନ ନିର୍ବାଚନ ହୁଏ ଭୋଟିଙ୍ଗ ମେଶିନ୍ କମ୍ ପଡ଼ିଯିବ। କାରଣ ବର୍ତ୍ତମାନ ପର୍ୟ୍ୟନ୍ତ ଉପଯୁକ୍ତ ସୁବିଧା ଆମ ପାଖରେ ନାହିଁ। ଫଳରେ ନୂଆ ଇଭିଏମ ମେଶିନ କିଣିବାରେ ୪୫୫୫ କୋଟିରୁ ଅଧିକ ଟଙ୍କା ଦରକାର ପଡ଼ିବ।