ରାଜଧାନୀକୁ ଡରାଉଛି ଭୂତାଣୁ । ଗତ ୨୪ ଘଂଟା ଭିତରେ ଚିହ୍ନଟ ହେଲେ ୪୫୧ କରୋନା ସଂକ୍ରମିତ । କ୍ୱାରେଣ୍ଟାଇନରୁ ୯୧, ସ୍ଥାନୀୟ ସଂକ୍ରମିତ ୩୬୦ ଜଣ। 

Advertisment
ସବୁ ଆକଳନକୁ ଭୁଲ କଲା ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ଫେଲ ମାରିଲା ବୈଜ୍ଞାନକିଙ୍କ ମୋଡେଲ । ସାଢେ ୩ଲକ୍ଷ ଉପରେ ଦୈନିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ରାଜଧାନୀରେ ୪ ଶହ ପାର୍ କଲା ଦୈନିକ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ମୋଟ ୪୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ତେବେ ରାଜଧାନୀରୁ ଏତେ ମାତ୍ରାରେ ଲୋକାଲ୍ କେସ୍ ସାମ୍ନାକୁ ଆସିବା ସାଧାରଣ ଲୋକଙ୍କ ମନରେ ଛନକା ପଶାଇଛି ।

ବିଏମସିର ରିପୋର୍ଟ ମୁତାବକ, ଆଜି କ୍ୱାରେଣ୍ଟାଇନରେ ଥିବା ୯୧ ଜଣ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ବଡଗଡ, ବରମୁଣ୍ଡା, ବିଜେପି ନଗର, ନୟାପଲ୍ଲୀ. ସାମନ୍ତରାପୁର, ଖଣ୍ଡଗିରି ଆଦି ଅଂଚଳରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ, ପୋଖରୀପୁଟ, ୟୁନିଟ୍-୮, ନୀଳାଦ୍ରି ବିହାର ଆଦି ଅଂଚଳରୁ ମଧ୍ୟ ଲୋକାଲ୍ କେସ୍ ସାମ୍ନାକୁ ଆସିଛି ।

ଏହାକୁ ମିଶାଇ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୩୧୫କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫,୩୪୧କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ଭିତରେ  ରାଜଧାନୀର ଆଉ ୧୧୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe