୭୫୦ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର : ୭ଦିନ ଭିତରେ ନିଜ ନିଜ କାର୍ଯ୍ୟରେ ଦେବେ ଯୋଗ

252

କନକ ବ୍ୟୁରୋ : ରାଜ୍ୟରେ ୭୫୦ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ସେମାନଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିବା ବେଳେ ୭ଦିନ ଭିତରେ ନବନିଯୁକ୍ତ ଡ଼ାକ୍ତରମାନେ ନିଜ ନିଜ କାର୍ଯ୍ୟରେ ଦେବେ ଯୋଗ । ଏହି ଡକ୍ତର ମାନେ ଲକଡାଉନ୍ ସଟଡାଉନରେ, ନିଯୁକ୍ତି ପତ୍ରକୁ ଯାତାୟାତ ପାସ ଭାବେ ବ୍ୟବହାର କରିପାରିବେ ।

ରାଜ୍ୟ ଡ଼ାକ୍ତରୀ ଓ ସ୍ୱାସ୍ଥ୍ୟସେବା କ୍ୟାଡ଼ର ଅଫିସର ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ ୭୮୬ ଜଣ ଡ଼ାକ୍ତରଙ୍କ ନାଁ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସେମାନଙ୍କର ନିଯୁକ୍ତି ସ୍ଥାନ ଗୁଡ଼ିକ ଏନଆଇସି ଭୁବନେଶ୍ୱର ଦ୍ୱାରା ଅନଲାଇନ୍ କାଉନସେଲିଂ ଜରିଆରେ ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଡ଼ାକ୍ତର ମାନଙ୍କୁ ଏକ ପତ୍ର ଯୋଗେ ଅଭିନନ୍ଦନ ଜଣାଇଛନ୍ତି ।