କନକ ବ୍ୟୁରୋ : ଶାନ୍ତିଶୃଙ୍ଖଳାର ସହ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଦିନ ୧୨ଟା ସୁଦ୍ଧା ହୋଇଛି ୪୫ ପ୍ରତିଶତ ଭୋଟଦାନ । ଯାଜପୁରରେ ମୁତୟନ ହୋଇଥିଲେ ୪ ପ୍ଲାଟୁନ ଅଧିକ ଫୋର୍ସ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ୧୭ ହଜାର ୮୯ଟି ବୁଥରେ ମତଦାନ କରିଛନ୍ତି । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିଲା ।

Advertisment

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେବିୱେଟ୍ ନେତା ମାନେ ସେମାନଙ୍କ ମତଦାନ କରିଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ପିପିଲି ବିଧାୟକ ରୁଦ୍ର ମହାରଥୀ ସେମାନଙ୍କ ମତଦାନ କରିଛନ୍ତି । ମତଦାନ କେନ୍ଦ୍ରରେ ପହଂଚି ମତ ସାବ୍ୟସ୍ଥ କରିଛନ୍ତି ହେବିୱେଟ୍ ନେତା । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଲହୁଣିପଡ଼ା ବ୍ଲକର କେନ୍ଦୁଡ଼ିହି ଗାଁରେ ପହଂଚି ମତଦାନ କରିଛନ୍ତି ।

ସେହିପରି ନିଳଗିରି ବ୍ଲକ ଧୋବଶିଳା ଗାଁର ୧୦ ନମ୍ବର ୱାର୍ଡ଼ରେ ମତଦାନ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେହିପରି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ତାଙ୍କ ନିଜ ଗାଁ ବାଉସେନମୁରା ଗାଁର ୭ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି । ପିପିଲି ବିଧାୟକ ରୁଦ୍ର ମହାରଥୀ ପାଣିଦୋଳ ପଂଚାୟତର ୫ନମ୍ବର ବୁଥରେ ପହଂଚି ତାଙ୍କର ମତଦାନ କରିଛନ୍ତି ।