ଦୁର୍ଘଟଣା ପାଇଁ ୪୫ଟି ଟ୍ରେନ୍ ବାତିଲ୍ । ଟ୍ରେନ ଚଳାଚଳ ସ୍ୱାଭାବିକ୍ କରିବାକୁ ଜୋରଦାର ହୋଇଛି ମରାମତି କାର୍ଯ୍ୟ

209

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ୪୫ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର- ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ବାତିଲ କରାଯାଇଛି । ବିଶାଖାପାଟଣାରୁ ଛାଡିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ମଧ୍ୟ ବାତିଲ ହୋଇଛି । ବିଶାଖାପାଟଣାରୁ ଯିବାକୁ ଥିବା ବିଶାଖାପାଟଣା-ପଲାସା ପାସେଞ୍ଜର ଓ ପଲାସାରୁ ଛାଡିବାକୁ ଥିବା ପଲାସା-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି ।
ସେହିପରି ବିଶାଖାପାଟଣାରୁ ବାହାରୁଥିବା ବିଶାଖାପାଟଣା-ତିରୁପତି ଓ ତିରୁପତିରୁ ଛାଡୁଥିବା ତିରୁପତି-ବିଶାଖାପାଟଣା ଏକ୍ସପ୍ରେସ୍ ମଧ୍ୟ ଆଜି ଚାଲିବ ନାହିଁ । ଏହା ସହ ବ୍ରହ୍ମପୁର-ବିଶାଖାପାଟଣା ଓ ବିଶାଖାପାଟଣା ବ୍ରହ୍ମପୁର ଟ୍ରେନ୍ ଆଜି ପାଇଁ ବାତିଲ କରାଯାଇଛି । ତେବେ ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅପରାହ୍ନ ୪ଟା ପରେ ରେଳ ଟ୍ରାକ୍ ମରାମତି କାମ ଶେଷ ହେବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହୋଇପାରେ ।