ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳରେ ଫସି ରହିଛନ୍ତି ତେଲେଙ୍ଗାନାର ୪୫ ଶ୍ରମିକ: ଜରି ପାଲ ତଳେ ବିତୁଛି ଜୀବନ, ଖାଇବାକୁ ନାହିଁ ଦାନା

ରାଜକନିକାରେ କୋଲକାତାରୁ ଆସିଥିବା ୪୫ ଶ୍ରମିକ ସାହାଯ୍ୟ ପାଇଁ କଲେ ନିବେଦନ

177

କନକ ବ୍ୟୁରୋ: ତାଲାବନ୍ଦ କଟକଣା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳରେ ଫଶିରହିଛନ୍ତି ତେଲେଙ୍ଗାନାର ଶ୍ରମିକ । ପ୍ରାୟ ୪୫ଜଣ ଶ୍ରମିକ ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ପଡିରହିଛନ୍ତି । ଶ୍ରମିକଙ୍କ କହିବା ହେଲା, କାମ କରିବା ପାଇଁ ଆସିଥିଲେ କିନ୍ତୁ ତାଲାବନ୍ଦ ଯୋଗୁଁ ସେମାନେ ଆଉ ନିଜ ରାଜ୍ୟକୁ ଫେରିପାରୁନାହାନ୍ତି । ଏଠାରେ ରହିବା ଏବଂ ଖାଇବାରେ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରିପାଲ ଘରେ ଖରାତରାରେ ସେମାନଙ୍କୁ ସମୟ କାଟିବାକୁ ପଡୁଛି । ସରକାର ସେମାନଙ୍କ ଗୁହାରି ଶୁଣିବା ପାଇଁ ନିବେଦନ କରିଛନ୍ତି ଏହି ଶ୍ରମିକମାନେ ।

ତାଲାବନ୍ଦ ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ଏହିପରି ୬୦ଜଣ ଶ୍ରମିକ ଅଛନ୍ତି ଯେଉଁମାନେ ଖାଇବା ପିଇବାରେ ଅସୁବିଧା ଭୋଗୁଥିବା କହିଛନ୍ତି । କୋଲକାତାରୁ ଆସିଥିବା ଏହି ଶ୍ରମିକମାନେ କରୋନା କଟକଣା ଯୋଗୁଁ ଖାଇବାକୁ ପାଉନଥିବା କହିଛନ୍ତି । ରାଜ୍ୟ ସରକାର ସେମାନଙ୍କ ଦୁଃଖ ବୁଝନ୍ତୁ ବୋଲି କହିଛନ୍ତି ଏହି ଶ୍ରମିକମାନେ ।