ମୁଖ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ ଖୋଲିବ ଆଉ ୪୫ଟି ଫାୟାର ଷ୍ଟେସନ

23

ରାଜ୍ୟରେ ଆଉ ୪୫ଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ଫଳରେ ଅଗ୍ନିଶମ ସେବା ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହୋଇପାରିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଅଗ୍ନିଶମ ସପ୍ତାହର ଉଦଯାପନୀ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି । ସେହିଭଳି ରାଜ୍ୟର ଅଗ୍ନିଶମ ସେବା ବ୍ୟବସ୍ଥାକୁୁ ଆହୁରି ମଜବୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ୩ଟି ସ୍ୱତନ୍ତ୍ର ଅନୁଷ୍ଠାନର ମଧ୍ୟ ଲୋକର୍ପଣ କରିଛନ୍ତି । ଭୁବନେଶ୍ୱର ବରମୁଣ୍ଡା ଓଡ଼ିଶା ଫାୟାର ଓ ଡିଜାଷ୍ଟାର ରେସ୍ପନ୍ସ ଏକାଡେମୀରେ ଏହି ୩ଟି ଅନୁଷ୍ଠାନର ଲୋକାର୍ପଣ କରାଯାଇଛି । ଏହା ମଧ୍ୟରେ ଭୁବନେଶ୍ୱର ଓଡିଶା ଅଗ୍ନିଶମ ଓ ବିପତି ନିସ୍ତାର ପ୍ରତିଷ୍ଠାନ, କଟକ ନରାଜରେ ଅଗ୍ନିଶମ ଓ ବିପତି ନିସ୍ତାର ପ୍ରତିଷ୍ଠାନ, ଓ ରାମଚଣ୍ଡୀରେ ଜଳ ସୁରକ୍ଷା ଓ ଜଳ ଦକ୍ଷତା ଉଦ୍ଧାର ଅନୁଷ୍ଠାନ,ଇତ୍ୟାଦି ।  ଏହାଛଡା ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶା ଅଗ୍ନିଶମ ସେବାର ୱେବସାଇଟ୍କୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଚିତାକର୍ଷକ ପରେଡ ମଧ୍ୟ  ପ୍ରଦର୍ଶନ କରାଯାଇଥିଲା ।