ଦୁଇ ସପ୍ତାହ ମଧ୍ୟରେ ଦେଶର ୪୫ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି କରୋନା ଆକ୍ରାନ୍ତ । କେନ୍ଦ୍ର ସରକାର କହିଲେ ନିଜାମୁଦ୍ଦିନ ସମାବେଶ ଯୋଗୁଁ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା ।

815

କନକ ବ୍ୟୁରୋ: ଭାରତରେ ୧୪ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଏହାରି ଭିତରେ ଆସିଛି ଚିନ୍ତା ଜନକ ଚିତ୍ର । ନିଜାମୁଦ୍ଦିନ ଗଟଣା କାରଣରୁ ୨୩ଟି ରାଜ୍ୟରେ ବଢିଛି ସଂକ୍ରମିତଙ୍କ ସଂଖ୍ୟା । ଆଉ ଗତ ୨୪ଘଂଟା ଭିତରେ ଦେଶରେ ୯୯୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ବୟସ୍କଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ନିଜାମୁଦ୍ଦିନ ସମାବେଶ କାରଣରୁ ଦେଶର ୨୩ଟି ରାଜ୍ୟରେ ବଢିଛି ସଂକ୍ରମିତଙ୍କ ସଂଖ୍ୟା । ଭାରତରେ ୪ହଜାର ୨୯୧ କରୋନା ସଂକ୍ରମିତଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ । ଏଥିପାଇଁ ୪୦ହଜାର ଲୋକଙ୍କୁ କ୍ୱାରେଟିଂନରେ ରଖାଯାଇଛି ।

ଏସବୁ ଭିତରେ କେନ୍ଦ୍ର ସରକାର କହିଛନ୍ତି କରୋନା ଯୋଗୁଁ ବୟସ୍କଙ୍କ ପ୍ରତି ଅଧିକ ବିପଦ ରହିଛି ।୦-୪୫ବର୍ଷ ଭିତରେ ୧୪.୪% କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୪୫-୬୦ବର୍ଷ ଭିତରେ ୧୦.୩% ଲୋକ ମୃତ୍ୟୁବରଣ କରିଛନ୍ତି । ୬୦-୭୦ବର୍ଷ ଭିତରେ ମୃତକଙ୍କ ହାର ରହିଛି ୩୩.୧% । ୭୫ବର୍ଷରୁ ଉଦ୍ଧ୍ୱର୍ ୪୨% ଲୋକଙ୍କ ମୃତ୍ୟୁ ହୋଇଛି ।

ହେଲେ ଆକ୍ରାନ୍ତଙ୍କ ଭିତରୁ ମୃତକ ଓ ସୁସ୍ଥ ହେଉଥିବା ଲୋକଙ୍କ ତୁଳନା କରିବା ପରେ ସାମନ୍ୟ ଆଶ୍ୱସ୍ତି ମିଳିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୩.୩% ମୃତ୍ୟୁବରଣ କରିଛନ୍ତି । ଏପର୍ଯ୍ୟନ୍ତ ଦେଶରେ ସୁସ୍ଥ ହୋଇଛନ୍ତି ୧ହଜାର ୯୯୨ଜଣ କରୋନା ପଜିଟିଭ । କରୋନା ମୁକାବିଲା ଭିତରେ ଦେଶର ଏମିତି ୪୫ଟି ଜିଲ୍ଲା ରହିଛି ଯେଉଁଠି ଗତ ୧୪ଦିନ ଭିତରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଆଉ ଏଥିରେ ଓଡିଶାର ଭଦ୍ରକ ଓ ପୁରୀ ଜିଲ୍ଲା ବି ରହିଥିବା ନେଇ କେନ୍ଦ୍ର ସରକାର ରିପୋର୍ଟ ଜାରି କରିଛନ୍ତି ।