ଭୋଟ ଦେଉଛି ଓଡିଶା । କୋଟିଆରେ ରେକର୍ଡ ସଂଖ୍ୟକ ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ।

176

କନକବ୍ୟୁରୋ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଅନୁଷ୍ଠିତ ହେଉଛି ନିର୍ବାଚନ । ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ସେପଟେ କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ । କୋଟିଆ ପଂଚାୟତର ୯ଟି ବୁଥ ୫୩ ଦଶମିର ୩ ପ୍ରତିଶତ ମତଦାନ ହୋଇଛି ।

ତଳକଂଟାରେ ୮୬ ପ୍ରତିଶତ, ଗୁମେଲ ପଦର ବୁଥରେ ୭୩ ଦଶମିକ ୬୮ ପ୍ରତିଶତ ମତଦାନ । ଦିନ ୩ଟା ସୁଦ୍ଧା ୫୨ ଦଶମିକ ୯୧ ପ୍ରତିଶତ ମତଦାନ । ଝରିଗାଁରେ ସର୍ବାଧିକ ୪୬ ଦଶମିକ ୯ ପ୍ରତିଶତ ମତଦାନ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ହୋଇଛି ।

ଏଠାରେ ୨୬ ଦଶମିକ ୧୪ ପ୍ରତିଶତ ସହ ସବୁଠୁ କମ୍ ମତଦାନ ହୋଇଛି । ଅର୍ବାନ ଭୋଟରଙ୍କୁ ମତଦାନ ପାଇଁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍ ବୁଥ ନମ୍ବର ୭୪ରେ କାର୍ଯ୍ୟରେ ଅବହେଳା ନେଇ ସିଟି ଜିଏସଟି ଅଫିସର ମାନସ ରଂଜନ ସେଠୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି ।