ରାଜ୍ୟରେ ଗୋଟିଏ ଦିନରେ ୪୪୮ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୨୨୦

67

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ ଏକ ସପ୍ତାହ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୫୦୦ ଉପରକୁ ରହୁଥିବାବେଳେ ଆଜି ତାହା ୫୦୦ ତଳକୁ ଖସିଆସିଛି । ଏହି ୪୪୮ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣଙ୍କ ବୟସ ୧୮ ବର୍ଷରୁ କମ । ସେହିପରି ମୋଟ ୪୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୯ ଜଣ କ୍ବାରାଣ୍ଟାଇନରୁ ଓ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ୪୪୮ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୨ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୩ ଜଣ, କଟକରୁ ୪୮ ଜଣ,  ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୪ ଜଣ, ଗଜପତି ଓ ଗଞ୍ଜାମରୁ ଜଣେ ଲେଖାଏଁ, ଜଗତସିଂହପୁରରୁ ୧୯ ଜଣ, ଯାଜପୁରରୁ ୧୨ ଜଣ, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୧୩ ଜଣ, କେନ୍ଦୁଝରରୁ ୩ଜଣ, କୋରାପୁଟ ଓ ମାଲକାନଗିରିରୁ ୨ଜଣ ଲେଖାଏଁ, ମୟୁରଭଞ୍ଜରୁ ୧୭ ଜଣ, ନବରଂଗପୁରରୁ ଜଣେ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୧୨ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲରୁ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୩୨୧୪୪ ଜଣ ପଜିଟିଭ ଚିହ୍ନଟ ହେଲେଣି । ଏମାନଙ୍କ ଭିତରୁ ୧୦୧୮୭୪୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୦୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।