୨୪ ଘଣ୍ଟା ଭିତରେ ରାଜ୍ୟରୁ ୪୪୭ ପଜିଟିଭ୍ ଚିହ୍ନଟ । ୨୬୦ କ୍ୱାରେଣ୍ଟାଇନରୁ, ୧୮୭ ସ୍ଥାନୀୟ ସଂକ୍ରମିତ ।

89

କନକ ବ୍ୟୁରୋ: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୪୭ ନୂଆ ସଂକ୍ରମିତ । ଯାହା ଭିତରେ ୧୮ ବର୍ଷରୁ କମ ବୟସର ୭୮ ଜଣ ସଂକ୍ରମିତ ସାମିଲ ଥିବା ସୂଚନା ରହିଛି । ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ ୨୬୦ ଜଣ କ୍ୱାରେଣ୍ଟାଇନରୁ ଓ ୧୮୭ ଜଣ ସ୍ଥାନୀୟ ସଂକ୍ରମିତ ଥିବା ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ୧୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୩, କଟକରୁ ୬୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୧୧, କେନ୍ଦ୍ରାପଡାରୁ ୮, ମୟୂରଭଞ୍ଜରୁ ୧୭, ପୁରୀରୁ ୮, ରାୟଗଡାରୁ ୩୧, ସମ୍ବଲପୁରରୁ ୨୪ ଓ ଷ୍ଟେଟପୁଲରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୩୮,୪୧୧କୁ ବୃଦ୍ଧି ପାଇଛି । ସେମାନଙ୍କୁ ଭିତରୁ ୧୦,୨୫,୫୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବାବେଳେ ଏବେ ବି ୪୫୪୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।