ଭଲ ଖବର  । ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ୪୪୬୯ ନୂଆ ସଂକ୍ରମିତ ଚିହ୍ନଟ । 

626

କନକ ବ୍ୟୁରୋ :  କରୋନାକୁ ନେଇ ଭଲ ଖବର, ରାଜ୍ୟରେ କମୁଛି ସଂକ୍ରମଣ । ରାଜ୍ୟରେ ଆଜି ବି ୫ ହଜାର ତଳେ ରହିଛି କରୋନା ସଂକ୍ରମଣ  । ଗତ ୨୪ ଘଣ୍ଟାରେ ୪,୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧ ହଜାର ୯୨୩ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୧୩, ଯାଜପୁରରୁ ୩୭୦, ବାଲେଶ୍ୱରରୁ ୩୧୮,ଢ଼େଙ୍କାନାଳରୁ ୨୫୨,  ଅନୁଗୁଳରୁୁ ୨୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୨୦୩୪ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଟିପିଆର ବା ସଂକ୍ରମଣ ହାର ୭.୨୦ ପ୍ରତିଶତ ରହିଛି । ଏବେ ରାଜ୍ୟରେ ୫୯ ହଜାର ୩୬୧ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଗୋଟିଏ ପଟେ କରୋନା ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଅନଲକ ପାଇଁ ବାଟ ଫିଟୁଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବା ବେଳେ ଏହି ସବୁ ଜିଲ୍ଲାରେ ଅନଲକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରଜ ପରେ ଏନେଇ ନିଷ୍ପତି ନିଆଯାଇପାରେ ବୋଲି ସୂଚନା ମିଳିଛି ।