ଆତଙ୍କବାଦୀ ମାସୁଦ ଅଜହରର ଭାଇ ହାତରେ ହାତକଡି ! ପାକିସ୍ତାନରେ ଜୈସ୍-ଏ-ମହମ୍ମଦର ୪୪ ଆତଙ୍କୀ ଗିରଫ ।

474

କନକ ବ୍ୟୁରୋ : ଜୈସ-ଏ-ମହମ୍ମଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ । ୪୪ ଆତଙ୍କୀ ଗିରଫ । ପାକିସ୍ତାନରେ ଜୈସ୍-ଏ-ମହମ୍ମଦର ଅନେକ ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡ କଥା ହେଉଛି, କୁଖ୍ୟାତ ଆତଙ୍କବାଦୀ ତଥା ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ, ଜୈସ୍-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହରର ଭାଇ ଗିରଫ ହୋଇଥିବା ଜଣାପଡିଛି ।

ଆତଙ୍କୀ ଅବଦୁଲ ରଉଫ, ହମାଦ ଅଜହର ସମେତ ୪୪ ଜଣ ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା ମିଳିଛି । ହମାଦ ଆଜହର, ମାସୁଦ ଆଜହରର ଭାଇ । ଗତ ଫେବୃଆରୀ ୧୪ ତାରିଖରେ ମାସୁଦ ଆଜହର ଅର୍ଡରରେ ପୁଲୱାମା ଠାରେ ସେନା ଗାଡି ଉପରେ ଭୟଙ୍କର ଆକ୍ରମଣ କରିଥିଲା ଜୈସ-ଏ-ମହମ୍ମଦ । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ ।