ସରକାର ଏହି କାରଣରୁ ରଦ୍ଦ କଲେ ୪୪ ଲକ୍ଷ ରାସନ କାର୍ଡ । ଡିଜିଟାଇଲେଜସନ ଅଭିଯାନ ରେ ଧରାପଡିଲା ଠକେଇ

2,408

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ସାଧାରଣ ବଣ୍ଟନ ବିଭାଗ ୪୩ ଲକ୍ଷ ୯୦ ହଜାର ନକଲି ରାସନ କାର୍ଡ ରଦ୍ଦ କରିଛନ୍ତି । ସରକାରଙ୍କ ତରଫରୁ ପ୍ରକୃତ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନ ବଳରେ ରିହାତି ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇ ପାରିବ । ଖାଦ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ନକଲି ରାସନକାର୍ଡଧାରୀଙ୍କୁ ଚିହ୍ନଟ କରିବା ଜରୁରି । ୨୦୧୩ ମସିହାରେ ବହୁ ସଂଖ୍ୟାର ନକଲି ରାସନ କାର୍ଡ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସରକାର ବିଗତ ୭ ବର୍ଷ ମଧ୍ୟରେ ଏଭଳି ନକଲି ରାସନକାର୍ଡଧାରୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରହିଛି । ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି କି ସରକାର ଏଥିପାଇଁ ରାସନକାର୍ଡଧାରୀଙ୍କ ସବୁତଥ୍ୟ ଡିଜିଟାଲାଇଜେସନ କରିବା ପାଇଁ ଯେଉଁ ଅଭିଯାନ ଚଳାଇଛନ୍ତି ସେହି ମାଧ୍ୟମରେ ଏବେ ନକଲି ରାସନକାର୍ଡ ଧରା ପଡୁଛି ।

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଅଧିକାରୀ ଜଣଙ୍କ କହିଛନ୍ତି କି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ବର୍ତମାନ ଦେଶର ୮୧.୩୫ କୋଟି ଲୋକ ଲାଭବାନ ହେଉଛନ୍ତି । ଯାହାକି ଦେଶର ମୋଟ ଜନସଂଖ୍ୟାର ୩ ଭାଗରୁ ୨ ଭାଗ । ବର୍ତମାନ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଏହି କାର୍ଡଧାରୀ ମାନଙ୍କୁ ମାସକୁ ୫ କେଜି ଖାଦ୍ୟ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯାଉଛି । ସରକାର ଏହି ଯୋଜନାକୁ ଆହୁରି ବ୍ୟାପକ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ମାର୍ଚ୍ଚ ୨୦୨୦ କରୋନା ମାହାମାରୀ ଆସିବା ପରେ ସାଧାରଣ ଲୋକଙ୍କ ଖାଦ୍ୟ ଆବଶ୍ୟକତାକୁ ନଜର ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

କେନ୍ଦ୍ରସରକାର ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ପ୍ରତିମାସ ୪.୨ କୋଟି ଟନ୍ ଖାଦ୍ୟ ଶଷ୍ୟ ଲୋକମାନଙ୍କୁ ରିହାତି ଦରରେ ବାଣ୍ଟୁଛନ୍ତି । ଯେଉଁଥିରେ ହିତାଧିକାରୀଙ୍କୁ ପ୍ରତି କିଲୋଗ୍ରାମ ଗହମ ପାଇଁ ୨ ଟଙ୍କା ଓ ପ୍ରତି କିଲୋଗ୍ରାମ ଚାଉଳ ପାଇଁ ୩ ଟଙ୍କା ଦେଉଛନ୍ତି । ଏହା ବ୍ୟତିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସରକାର ପ୍ରତିମାସ ୩.୨ କୋଟି ଟନ୍ ଖାଦ୍ୟ ଶଷ୍ୟ ହିତାଧିକାରୀଙ୍କୁ ମାଗଣାରେ ଦିଆଯାଉଛି ।
କେନ୍ଦ୍ରସରକାର ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଯୋଜନା ଉପରେ ବି କାମ କରୁଛନ୍ତି । ଏହା ମାଧ୍ୟମରେ ପ୍ରବାସୀ ଶ୍ରମିକମାନେ ଯେଉଁଠାରେ ରହିଲେ ବି ସେଠାରୁ ସରକାରଙ୍କ ଦ୍ୱାରା ପ୍ରଦତ ରିହାତି ଦରରେ ଖାଦ୍ୟ ସାମଗ୍ରୀ ନେଇ ପାରିବେ ।
୪୪ ଲକ୍ଷ ନକଲି ରାସନ କାର୍ଡ ଜବତ୍ ହେବା ପରେ ବିଭାଗୀୟ ଅଧିକାରୀ ଏବେ ଚିନ୍ତାରେ ପଡିଛନ୍ତି । ଏହା ମଧ୍ୟରେ କିଛି ଲୋକଙ୍କର ମୃତ୍ୟୁ ହୋଇଯାଇଥିଲେ ବି ସେମାନଙ୍କ ନାମରେ ରିହାତି ରାସନ ସାମଗ୍ରୀ ଉଠାଯାଉଛି । କିଛି ଲୋକଙ୍କ ନାମରେ ଦୁଇଟି ଲେଖାଏଁ ରାସନ କାର୍ଡ ଇସ୍ୟୁ ହୋଇଛି । ଏଭଳି ଚଂଚକତା କିଏ କରିଛି ତାହା ଏବେ ବିଭାଗ ଦ୍ୱାରା ଅନୁସନ୍ଧାନ କରାଯାଉଛି ।