ଦେଶରେ ୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଂଟାରେ ୪୩୪ ମୃତ ଓ ୧୯ ହଜାର ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ; ଦିଲ୍ଲୀ ଓ ମୁମ୍ବାଇରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

277

କନକ ବ୍ୟୁରୋ : ଦେଶରେ ୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୧୯ ହଜାର ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ସହିତ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ପାର କରିଛି । ସେହିପରି ଗତ ୨୪ ଘଂଟାରେ ୪୩୪ ଜଣଙ୍କର ଜୀବନ ନେଇଛି କରୋନା ଭୂତାଣୁ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ୪ ହଜାର ୬୪୧ କୁ ବୃଦ୍ଧି ହୋଇଛି । ସେହିପରି କରୋନା ମୃତ୍ୟୁ ସଂଖ୍ୟା ୧୭ ହଜାର ୮୩୪ ଛୁଇଁଛି । ବର୍ତମାନ ଦେଶରେ ୨ ଲକ୍ଷ ୨୬ ହଜାର ୯୪୭ ଆକ୍ଟିଭ୍ କେସ୍ ରହିଛି । ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ୩ ଲକ୍ଷ ୫୯ ହଜାର ୮୬୦ ଜଣ । ଦେଶରେ ୫ ଲକ୍ଷରୁ ୬ ଲକ୍ଷ ଆକ୍ରାନ୍ତ ସଂଖ୍ୟା ଛୁଇଁବାକୁ ଲାଗିଲା ମାତ୍ର ୫ ଦିନ । ଯାହାକି ଏକ ଚିନ୍ତାର ବିଷୟ ।

ଏବେ ଦେଶରେ ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ଅଧିକ ସଂଖ୍ୟାରେ ବଢିବାରେ ଲାଗିଛି । ଶେଷ ଖବର ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୮୯ ହଜାର ୮୦୨ ହୋଇଯାଇଛି । ସେହିପରି ମହାରାଷ୍ଟ୍ରରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୮୦ ହଜାର ୨୯୮ ରହିଛି । ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ଟପିଛି ।