କନକ ବ୍ୟୁରୋ : ପୁଣି କାୟା ମେଲାଇଲାଣି କରୋନା । କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧୧ରେ ପହଞ୍ଚିଛି । ସେହିଭଳି ୧୯୭ ଜଣ ସଂକ୍ରମିତ ଏହି ସମୟରେ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ଦେଶରେ ମଧ୍ୟ କରୋନା ସଂକ୍ରମଣର ଗ୍ରାଫ୍ ଉପରକୁ ବଢିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୧୧୬୯୨ ନୂଆ ସଂକ୍ରମିତ ହୋଇଥିବା ବେଳେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬୧୭୦ରେ ପହଞ୍ଚିଛି । ତେଣୁ କରୋନା ଗାଇଡଲାଇନ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/16-20.jpg)