କନକ ବ୍ୟୁରୋ : ବେଲାରୁଷ ସହ ୟୁକ୍ରେନର ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ଅଗ୍ରାହ୍ୟ କରିଦେବା ପରେ ଋଷ ସେନା ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରାଯାଇଛି । ଏହି କ୍ରମରେ ଏବେ ଋଷ ସେନାର ରଣ କୌଶଳକୁ ରାଷ୍ଟ୍ରପତି ପୁତିନ ପ୍ରଶଂସା କରିଥିବା ବେଳେ ୟୁକ୍ରେନ ରକ୍ଷାମନ୍ତ୍ରୀ ହୈନ୍ନା ମାଲ୍ୟାର କିନ୍ତୁ ଅଲଗା କଥା କହିଛନ୍ତି । ସେ କହିଛନ୍ତି କି ୟୁକେନ୍ର ଉପରେ ଋଷ ଆକ୍ରମଣ କରିବା କ୍ରମରେ ୟୁକ୍ରେନ ସେନାର ଆକ୍ରମଣରେ ୪୩ ଶହରୁ ଅଧିକ ଋଷ ସେନା ପ୍ରାଣ ହରାଇଛନ୍ତି । କେବଳ ସେତିକି ନୁହେଁ ୟୁକ୍ରେନ ରକ୍ଷାମନ୍ତ୍ରୀଙ୍କ ବୟାନ ମୁତାବକ ୟୁକ୍ରେନ ସେନା ଋଷର ୧୪୬ ଟି ଟ୍ୟାଙ୍କର, ୨୭ ଏୟାରକ୍ରାଫ୍ଟ ଓ ୨୬ ଟି ହେଲିକପ୍ଟରକୁ ଧ୍ୱଂସ କରିଦେଇଛନ୍ତି ।

Advertisment

ସେପଟେ ଯୁଦ୍ଧର ଚତୁର୍ଥ ଦିନରେ ଋଷ ସେନା ୟୁକ୍ରେନର ରାଜଧାନୀ କ୍ୱିବିକୁ ଦଖଲ କରିବାକୁ ଆକ୍ରମଣକୁ ଜୋରଦାର କରିଛି । ସେପଟେ ଋଷର ସେଂଟ୍ରାଲ ବ୍ୟାଙ୍କ ଉପରେ ଆମେରିକା , ୟୁରୋପୀୟ ସଂଘ ଓ ବ୍ରିଟେନ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । କେବଳ ସେତିକି ନୁେଁ ଜର୍ମାନୀ ସମେତ ଅନେକ ୟୁରୋପୀୟ ଦେଶ ଋଷର ବିମାନ ପାଇଁ ସେମାନଙ୍କ ଏୟାରସ୍ପେସ ବନ୍ଦ କରିଦେଇଛନ୍ତି । ଏହାରି ମଧ୍ୟରେ ୟୁକ୍ରେନ ସଂକଟକୁ ନେଇ ଆଜି ରାତି ୧.୩୦ ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ତରଫରୁ ବୈଠକ ଡକା ଯାଇଛି ।