କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଜାରି । ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୪୩% ମତଦାନ । ରାଜ୍ୟ ନିର୍ବାଚନ କମିଶନ ସଚିବଙ୍କ ସୂଚନା । ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର ୨ଟି ବୁଥକୁ ଛାଡି ଦେଲେ ଅନ୍ୟ ସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି  । କୋଟିଆରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି ବର୍ତ୍ତମାନ ୪୦ ପ୍ରତିଶତ ଭୋଟିଂ ହୋଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ନିର୍ବାଚନ କମିସନଙ୍କ କଡା ନଜର ରହିଛି । ପ୍ରଥମ ପ ର୍ଯ୍ୟାୟରେ ନିର୍ବାଚନୀ ହିଂସା ପରେ କଡା ନଜର ରଖାଯାଇଛି । ନିର୍ବାଚନ କମିସନ କଡା ତଦାରଖ କରୁଥିବା ନେଇ ସୂଚନା ମିଳିଛି । ହିଂସାକାଣ୍ଡ କିମ୍ବା ଅନିୟମିତତା ଖବର ଉପରେ ନଜର ରଖାଯାଇଛି । ସକ୍ତୃକ୍ତ ଜିଲ୍ଲାର ଏସପିମାନଙ୍କୁ ସତର୍କ କରାଯାଇଛି ।

Advertisment

ରାଜ୍ୟର ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମତଦାନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୨୪୦ ପ୍ଲାଟୁନ ପୁଲିସ ଫୋର୍ସ । ୧୫୧୪ ପଂଚାୟତର ୨୦ହଜାର ୪୩୫ବୁଥରେ ଭୋଟଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସରପଂଚ, ୱାର୍ଡମେମ୍ବର, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ପାଇଁ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟରମାନେ ଭୋଟଦେବେ ।