ପରୀକ୍ଷା ଦେଉନାହାନ୍ତି ମାଟ୍ରିକ ପରୀକ୍ଷାର୍ଥୀ: କଣ ପାଇଁ ଅନୁପସ୍ଥିତ ରହିଲେ ଛାତ୍ରଛାତ୍ରୀ?

281

କନକ ବ୍ୟୁରୋ: ବୋର୍ଡ ଦ୍ୱାରା ଦିଆଯାଇଥିବା ଏହି ତଥ୍ୟ ହେଉଛି କେଉଁ ଜିଲ୍ଲାରେ କେତେ ଛାତଛାତ୍ର୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି । ମୟୁରଭଞ୍ଜ, ଗଂଜାମ ଓ ଓ ବଲାଙ୍ଗୀରରେ ସ୍ଥିତି ଚିନ୍ତାଜନକ ରହିଛି । ମୟୁରଭଞ୍ଜରେ ସର୍ବାଧିକ ୩ ହଜାର ୯୬୩ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି । ଗଞ୍ଜାମରେ ୩ ହଜାର ୧୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି ।

ବଲାଙ୍ଗୀରରେ ୩ ହଜାର ୪୪ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିନାହାନ୍ତି । ଏଭଭଳି ଭାବେ ସବୁ ଜିଲ୍ଲାରେ ମୋଟ ୪୩ ହଜାର ୪୮୯ ପିଲା ଫର୍ମ ଫିଲପ କରି ବି ମାଟ୍ରିକ ପରୀକ୍ଷା ଦେଇନାହାନ୍ତି । ଯେତିକି ଫର୍ମଫିଲପ ହୋଇଛି ସେହି ଅନୁସାରେ ଆଡମିଟ କାର୍ଡ ଇସ୍ୟୁ ହୋଇଛି । ଆଉ ପରୀକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନାହିଁ ବୋଲି ସଫେଇ ରଖିଛନ୍ତି ବୋର୍ଡ ସଭାପତି ।

ରାଜ୍ୟରେ ଏତେ ସଂଖ୍ୟକ ପିଲା ପରୀକ୍ଷା ନଦେବା ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ନିଜ ଆଡୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ବୋର୍ଡ ଅଧ୍ୟକ୍ଷକୁ ୧୩ ସୁଦ୍ଧା ଘଟଣାର ସତ୍ୟତା ନେଇ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ଆସିବା ପରେ କୁଆଡେ ଯାଇଛନ୍ତି ପିଲା ସେ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବି ରିପୋର୍ଟ ମାଗିବ ଆୟୋଗ । ଆଉ ଏପେଟେ ଏହି ଘଟଣାକୁ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ୍

ଫର୍ମ ଫିଲପ କରି ବି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି ସେ ନେଇ ଖୋଳତାଡ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେବା ପାଇଁ କୁହାଯାଇଛି । ତେବେ ପ୍ରଶ୍ନ ଉଠୁଛି

– ମାଗଣା ଫର୍ମଫିଲପ ହୋଇଥିବାରୁ ଅଧିକ ପିଲା ଫର୍ମଫିଲପ କରିଥିଲେ କି?
-ସମସ୍ତଙ୍କ ଫର୍ମପୂରଣ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ କି?
-କୋଭିଡ କାରଣରୁ ପରୀକ୍ଷାରେ ସମସ୍ତେ ପାସ କରିବେ ବୋଲି ଲୋଭ ଦେଖାଯାଇଥିଲା କି ?
-ପାଠରେ ଡୋରିବାନ୍ଧି ଦାଦନ ଖଟିବାକୁ ଯାଇଥିବା ପିଲାଙ୍କ ଫର୍ମଫିଲପ କଲା କିଏ?