କନକ ବ୍ୟୁରୋ: ପାନେ ପାଇବା ପରେ ଏବେ ଚୁପ ବସିଛି ପାକିସ୍ତାନ । ୨୬ ଫେବୃୟାରୀରେ ଭାରତ ଆକାଶମାର୍ଗରୁ ଅତର୍କିତ ଆକ୍ରମଣ କରିବା ପରେ ପାକିସ୍ତାନ ଛାତିରେ ଛନକା ପଶିଛି । ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ବାଲକୋଟରେ ବୋମା ପକାଇ ଆତଙ୍କୀ କ୍ୟାମ୍ପ ଉଡାଇ ଦେବାପରେ କମିଛି ଅନୁପ୍ରବେଶ ।
ବାଲାକୋଟରେ ବଦଲା ନେବାକୁ ଯାଇ ୩୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିବା ପର ଠାରୁ ପାକିସ୍ତାନ ପଟୁ ଭାରତକୁ କମିଛି ଅନୁପ୍ରବେଶ । ପାକ୍ ପଟୁ ଅନୁପ୍ରବେଶ ମାତ୍ରା ୪୩ ପ୍ରତିଶତ କମ୍ ରହିଛି ।
ତେବେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ଆରମ୍ଭ କରାଯାଇଥିବା ଆତଙ୍କବାଦୀ ନିରୋଧ କାର୍ଯ୍ୟକ୍ରମ ଦ୍ୱାରା ଜମ୍ମୁକଶ୍ମୀରରେ ସୁରକ୍ଷା ସ୍ଥିିତି ସୁଦୃଢ଼ ହୋଇଛି । ଆଉ ପାକିସ୍ତାନ ପଟୁ ଅନୁପ୍ରବେଶ କମିଛି ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସଂସଦରେ ତଥ୍ୟ ପ୍ରଦାନ କରାଯାଇଛି । ସେପଟେ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ପାକିସ୍ତାନ ଏବେ ଏହାର ସାମରିକ ପ୍ରତିଷ୍ଠାନ ଗୁଡିକୁ ଅଧିକ ସୁଦୃଢ଼ କରୁଛି । ଭବିଷ୍ୟତରେ ଭାରତପଟୁ ଆକ୍ରମଣ ଭୟରେ ପାକିସ୍ତାନ ଏସବୁ ଉପରେ ଅଧିକ ଗୁରୁତ୍ୱ ଦେଉଛି ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Pakistan-terrorists.jpg)