ରାମ ମନ୍ଦିର ନିର୍ମାଣ ପାଇଁ ଓଡିଶା ସଂଗ୍ରହ କରିଛି ୪୨ କୋଟି ! ରାମ ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ସୂଚନା

99

ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଆଡୁ ଅନୁଦାନ ଆସୁଛି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଲୋକେ ମଧ୍ୟ ଦାନ କରୁଛନ୍ତି । ଆଉ ଏଥିରୁ ବାଦ ପଡିନି ଓଡିଶା । ରାମ ମନ୍ଦିର ନିର୍ମାଣ ପାଇଁ ଓଡିଶାରୁ ୪୨ କୋଟି ଟଙ୍କା ସଂଗ୍ରହ କରାଯାଇଛି ।

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାରୁ କେବଳ ୪୨,୦୩,୦୭,୦୬୬ ଟଙ୍କା ସଂଗ୍ରହ ହୋଇଛି । ଆଜି କେଶରୀ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ।

ଓଡ଼ିଶାରେ ମକର ସଂକ୍ରାନ୍ତି ଠାରୁ ଏହି ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥିଲା। ନିଧି ସଂଗ୍ରହ ଅଭିଯାନର କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡ଼ିଶା ମାଧ୍ୟମରେ ସମ୍ପନ୍ନ ହୋଇଥିଲା। ଏହି ଅଭିଯାନରେ ମୋଟ ୫୮,୯୯୨ ଜଣ କାର୍ଯ୍ୟକାର୍ତ୍ତା ଭାଗ ନେଇଥିବା ବେଳେ ୫୫୩ ଜଣ ସାଧୁସନ୍ଥ ଭାଗ ନେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେରେ ସୂଚନା ଦିଆଯାଇଥିଲା।
ସାମ୍ବାଦିକ ସମ୍ମିଳନୀରେ ସମିତିର ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ଉପାଧ୍ୟକ୍ଷ ହରିଶ୍ଚନ୍ଦ୍ର ପରିଡ଼ା ଓ ସହ ସମ୍ପାଦକ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।