ଦଣ୍ଡ ପାଇଲେ ଅମାନିଆ ! ମହଙ୍ଗା ପଡିଲା ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ । ୨୦ ଦିନରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କଲା ପୋଲିସ୍

ମଦପିଇ ଗାଡି ଚଳାଇବା, ଦ୍ରୁତ ଗତି ଓ ହେଲମେଟ ନପନ୍ଧିଥିବା ସମୟରେ ଅଧିକାଂଶ ପଡିଛନ୍ତି ଧରା । ଭୁବନେଶ୍ୱର ଆରଟିଓ-୧ରେ ସର୍ବାଧିକ ୬୫୪ ଡିଏଲ ବାତିଲ

118

କନକ ବ୍ୟୁରୋ: ମୋଟରଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ନୂଆବର୍ଷରେ  ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ।  ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାନୁଆରୀ ପହିଲାରୁ ୨୧ ଜାନୁଆରୀ ମଧ୍ୟରେ ରାଜ୍ୟରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ୩ ମାସ ପାଇଁ ଏହି ପଦକ୍ଷେପ ନିଆଯାଇଛି । ମଦପିଇ ଗାଡିଚଳାଇବା, ଦ୍ରୁତଗତି, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା, ହେଲମେଟ ନ ପିନ୍ଧିବା ଭଳି ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି ।

ତେବେ ଡିଏଲ ବାତିଲ କରଥିବା ୫ଟି ଆରଟିଓ ମଧ୍ୟରେ ପ୍ରଥମରେ ରହିଛି ଭୁବନେଶ୍ୱର-୦୧ । ଭୁବନେଶ୍ୱର-୨ ଦ୍ୱିତୀୟରେ ଥିବାବେଳେ କଟକ ତୃତୀୟ, ସମ୍ବଲପୁର ଚତୁର୍ଥ ଓ ରାଉରକେଲା ୫ମ ସ୍ଥାନରେ ଅଛି । ଭୁବନେଶ୍ୱର-୧ ଆରଟିଓରେ  ସର୍ବାଧିକ  ୬୫୪ ଡିଏଲକୁ ୩ ମାସ ପାଇଁ ବାତିଲ କରାଯାଇଛି ।