କନକ ବ୍ୟୁରୋ: ମୋଟରଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ନୂଆବର୍ଷରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାନୁଆରୀ ପହିଲାରୁ ୨୧ ଜାନୁଆରୀ ମଧ୍ୟରେ ରାଜ୍ୟରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ୩ ମାସ ପାଇଁ ଏହି ପଦକ୍ଷେପ ନିଆଯାଇଛି । ମଦପିଇ ଗାଡିଚଳାଇବା, ଦ୍ରୁତଗତି, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା, ହେଲମେଟ ନ ପିନ୍ଧିବା ଭଳି ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି ।
ତେବେ ଡିଏଲ ବାତିଲ କରଥିବା ୫ଟି ଆରଟିଓ ମଧ୍ୟରେ ପ୍ରଥମରେ ରହିଛି ଭୁବନେଶ୍ୱର-୦୧ । ଭୁବନେଶ୍ୱର-୨ ଦ୍ୱିତୀୟରେ ଥିବାବେଳେ କଟକ ତୃତୀୟ, ସମ୍ବଲପୁର ଚତୁର୍ଥ ଓ ରାଉରକେଲା ୫ମ ସ୍ଥାନରେ ଅଛି । ଭୁବନେଶ୍ୱର-୧ ଆରଟିଓରେ ସର୍ବାଧିକ ୬୫୪ ଡିଏଲକୁ ୩ ମାସ ପାଇଁ ବାତିଲ କରାଯାଇଛି ।