ଭୁବନେଶ୍ୱରରେ ୫ଶହ ତଳକୁ ଖସିଲା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୨୪ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୨୯୫ ଜଣ

131

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୨୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା, ଚିନ୍ତାମଣିଶ୍ୱର, ଏଜି କଲୋନୀ, ପଳାସପଲ୍ଲୀ, ପୋଖରୀପୁଟ, ଶୈଳଶ୍ରୀବିହାର, ସାମନ୍ତରାପୁର ଆଦି ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ଭୁବନେଶ୍ୱରରେ ୮୦୯୦୯ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୭୨୬୦୮ ଜଣ ସୁସ୍ଥ ହୋଇ ଘରକୁ ଫେରଛନ୍ତି । ଆହୁରି ୮,୯୨୨ କରୋନା ପଜିଟିଭ ଭୁବନେଶ୍ୱରରେ ସକ୍ରିୟ ରହିଛନ୍ତି ।