କନକ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ତରଫରୁ ୪୨ଟି ବାଘନଖ ଓ ୨ଟି ହାତୀଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ସିନାପାଲି ବ୍ଲକ ସଦର ଗାଁର ଧନେଶ୍ୱର ମେହେର, ଗଣ୍ଡାବାହାଲି ଗାଁର ମନୋଜ ମେହେର, କଳାହାଣ୍ଡି ଏମ ରାମପୁର ଅନ୍ତର୍ଗତ ଟୁରୁଚି ଗାଁର ନୂଆଖଶଉ ବାଗ୍ ଓ ଚିତ୍ରସେନ ବାଗ୍ ।
ସୂଚନା ମୁତାବିକ ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗାଁର ପଦରଭଟା ଆମ୍ବ ଗଛ ଠାରେ ମନୋଜ ମେହେର ଓ ଧନେଶ୍ୱର ମେହେର ବାଘନଖ ଧରି ଗ୍ରାହକଙ୍କୁ ଜଗି ରହିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ସିନାପାଲି ବନାଞ୍ଚଳ ଅଧିକାରୀ ଚଢଉ କରିଥିଲେ । ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରି ୨ଜଣ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ଠାରୁ ବାଘନଖ ଜବତ କରିଥିଲେ ।
ଅଭିଯୁକ୍ତଙ୍କୁ ଗିରଫ ପରେ ଅଧିକ ପଚରା ଉଚରା ବେଳେ ଏଥିରେ କଳାହାଣ୍ଡି ଲିଙ୍କ ଥିବା ଜଣାପଡ଼ିଥିଲା । କଳାହାଣ୍ଡି ଏମ ରାମପୁର ଅନ୍ତର୍ଗତ ଟୁରୁଚି ଗାଁର ୨ ଜଣ ବ୍ୟକ୍ତିଙ୍କ ପାଖରେ ହାତୀ ଦାନ୍ତ ଥିବା ଜଣାପଡ଼ିଥିଲା । ଡ଼ିଏଫଓଙ୍କ ନିର୍ଦ୍ଦେଶକ୍ରମେ ୨ ଅଭିଯୁକ୍ତ ନୂଆଖାଉ ବାଗ ଓ ଚିତ୍ରେସନ ବାଗଙ୍କୁ ଗିରଫ କରି ତାଙ୍କ ଠାରୁ ୨ଖଣ୍ଡ ହାତୀଦାନ୍ତ ଜବତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/vlcsnap-2021-11-20-11h55m09s556.png)