ପ୍ରଧାନମନ୍ତ୍ରୀ ଆଜି ରେଡିଓରେ କରିବେ ମନ କୀ ବାତ୍ : ରାମମନ୍ଦିର ଓ କରୋନା ସଙ୍କଟ ନେଇ କରିପାରନ୍ତି ଚର୍ଚ୍ଚା ; ସକାଳ ୧୧ଟାରେ ହେବ ପ୍ରସାରଣ

215

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରେଡିଓରେ କରିବେ ମନ କୀ ବାତ୍ । ଏହା ହେବ ମନ କୀ ବାତର ୬୭ ତମ ଏପିସୋଡ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଓ କରୋନା ସଙ୍କଟ ନେଇ ଚର୍ଚ୍ଚା କରିବା ସମ୍ଭାବନା ରହିଛି । ଆଜି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ହେବ । ଏଥିପାଇଁ ପ୍ରେରଣାଦାୟୀ କାହଣୀ ପଠାଇବାକୁ ମୋଦି ନିଜ ଟ୍ୱିଟରରେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ୨୦୧୪ରୁ ପ୍ରଧାନମନ୍ତ୍ରୀ ହେବାପରଠାରୁ ରେଡିଓରେ ମନ କୀ ବାତ କରୁଛନ୍ତି ଓ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖୁଛନ୍ତି ।

ଏହା ତାଙ୍କର ରେଡିଓ କାର୍ଯ୍ୟକ୍ରମର ୬୭ତମ ପର୍ଯ୍ୟାୟ ହେବ | ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୮ରେ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଜୁନ୍ ୨୮ର ‘ମନ୍ କି ବାଟ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲକଡାଉନ, ଅନଲକ୍ -୧ ଏବଂ ଚୀନ୍ ବିଷୟରେ କହିଥିଲେ। ତେବେ ଆଜି ପ୍ରଧାନମନ୍ତ୍ରୀ କେଉଁ କେଉଁ ବିଷୟରେ ଆଲୋଚନା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।