କନକ ବ୍ୟୁରୋ : କ୍ୟାପଟେନ କୋହଲିଙ୍କ ଦମଦାର ଶତକ । ଦିନିକିଆରେ ୪୧ ତମ ଶତକ ହାସଲ କଲେ ବିରାଟ କୋହଲି । ରାଞ୍ଚିରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ଆଉ ଏକ ଶତକ ହାସଲ କରିଛନ୍ତି ବିରାଟ । ଏହାସହ ସର୍ବାଧିକ ଶତକ ହାସଲ କରିବାରେ ସଚିନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ।
ରାଞ୍ଚିରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲା । ତେବେ ଏହାକୁ ଭୁଲ ପ୍ରମାଣିତ କରିଥିଲେ କଙ୍ଗାରୁ ଟିମ୍ । ଭାରତୀୟ ବୋଲରଙ୍କୁ ପ୍ରଥମରୁ ନିର୍ଦ୍ଧମୁ ପିଟିଥିଲେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡି । ପ୍ରଥମ ୱିକେଟରେ ୧୯୩ ରନର ପାର୍ଟନରସିପ କରି ଅଷ୍ଟ୍ରେଲିଆ ପାଇଁ ଦୃଢ ମୁଳଦୁଆ ପକାଇଥିଲେ ଖ୍ୱାଜା ଓ ଫିଞ୍ଚ । ଯାହା ବଳରେ ନିର୍ଦ୍ଧାରିତ ଓଭରରେ ଅଷ୍ଟ୍ରେଲିଆ ୩୧୩ ରନର ଏକ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/AP18297431040085_0.jpeg)