ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ । ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା ! ଲଗାତାର ତୃତୀୟ ବର୍ଷ ଲାଗି ଭଲ ରହିବ ମୌସୁମୀ ।

308

କନକ ବ୍ୟୁରୋ : ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ । ଆଉ ସ୍ୱାଭାବିକ ବର୍ଷା ହେବ । ପ୍ରାୟ ୯୮ ପ୍ରତିଶତ ବର୍ଷା ହୋଇପାରେ । ଜୁନ୍ ୧ରେ କେରଳ ଛୁଇଁ ପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆର୍ଥ ସାଇନ୍ସ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ଟ୍ୱିଟ୍ କରି କହିଛନ୍ତି, ମେ’ ୧୫ରେ ବିଧିବଦ୍ଧ ଭାବେ ମୌସୁମୀର ଆଗମନ ନେଇ ସୂଚନା ଦିଆଯିବ । ମେ’ ୩୧ରେ ମୌସୁମୀ ବର୍ଷାର ପରିିମାଣ ନେଇ ଆକଳନ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ।

ଏଥର ଠିକଣା ସମୟରେ ଆସୁଛି ମୌସୁମୀ ! ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ ବାୟୁ । ପାଣିପାଗର ଦିଗକୁ ସୂଚାଉଥିବା ଚିତ୍ର ଆଧାରରେ ମୌସୁମୀ ବର୍ଷାକୁ ନେଇ ଯେଉଁ ଆକଳନ ଆସିଛି, ତାହା ସୂଚାଇ ଦେଉଛି ଯେ, ଚଳିତ ବର୍ଷ ଠିକଣା ସମୟରେ ଅର୍ଥାତ୍ ସ୍ୱାଭାବିକ ସମୟରେ ମୌସୁମୀ ଆସୁଛି । ତେବେ ଆର୍ଥ ସାଇନ୍ସ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ଟ୍ୱିଟ୍ କରି କହିଛନ୍ତି, ଏହା କେବଳ ଏକ ପୂର୍ବ ଆକଳନ । ମେ’ ୧୫ ତାରିଖରେ ବିଧିବଦ୍ଧ ଭାବେ ମୌସୁମୀର ଆଗମନ ନେଇ ସୂଚନା ଦିଆଯିବ । ସେହିପରି ମେ’ ୩୧ ତାରିଖରେ ମୌସୁମୀ ବର୍ଷର୍ର୍ାର ପରିିମାଣ ନେଇ ଆକଳନ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ।

ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା! ମୌସୁମୀ ବର୍ଷା ନେଇ ପୂର୍ବାନୁମାନ । ସାଧାରଣତଃ ଜୁନ୍ ୧ରେ ମୌସୁମୀ କେରଳକୁ ଛୁଇଁଥାଏ । ଆଉ ଏଥର ବି ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବାର ପୂର୍ବାନୁମାନ କରାଯାଇଛି । ତେବେ ବଡ଼ କଥା ହେଉଛି ଚଳିତଥର ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ରହିଛି । ଗତ ଏପ୍ରିଲ ୧୬ ତାରିଖରେ ମଧ୍ୟ ଏନେଇ ଏକ ପୂର୍ବାନୁମାନ କରାଯାଇଥିଲା । ୯୮ ପ୍ରତିଶତ ପର୍ଯ୍ୟନ୍ତ ସ୍ୱାଭାବିକ୍ ମୌସୁମୀ ବର୍ଷା ନେଇ ଆକଳନ କରାଯାଇଥିଲା । ତେବେ ଏଥିରେ ୫ ପ୍ରତିଶତ ପର୍ଯ୍ୟନ୍ତ ବର୍ଷାର ପରିମାଣ ଏପଟ ସେପଟ ହୋଇପାରେ ।