କନକ ବ୍ୟୁରୋ: ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରୁ ଆଜି ୪୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନାରୁ ସୁସ୍ଥ ସଂଖ୍ୟା ମୋଟ ୧୦ ଲକ୍ଷ ୪୭ ହଜାର ୩୧ରେ ପହଞ୍ଚିଛି ।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ ଜିଲ୍ଲାରୁ ୬୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୫୫, ଝାରସୁଗୁଡାରୁ ୩୭, ପୁରୀ-ଗଞ୍ଜାମରୁ ୧୪, ଅନୁଗୁଳରୁ ୧୦, ମୟୂରଭ୍ଜରୁ ୮, ଯାଜପୁର-ନବରଙ୍ଗପୁରରୁ ୭, ଜଗତସିଂହପୁର-କେନ୍ଦ୍ରାପଡାରୁ ୫, ଦେବଗଡ-ଗଜପତିରୁ ୪ଜଣ, ନୟାଗଡରୁ ୩ ଜଣ, ଭଦ୍ରକ-ଢେଙ୍କାନାଳ-କୋରାପୁଟ-ସୋନପୁରରୁ ୨ ଜଣ ଲେଖାଏଁ ଓ ବାଲେଶ୍ୱର-ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।