ଦେଶରେ ତଳମୁହାଁ କରୋନା ମିଟର । ଦିନକରେ ୪୧ ହଜାର ଶହେ ଆକ୍ରାନ୍ତ, ୪୪୭ ମୃତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୮ ଲକ୍ଷ ପାର୍

76

କନକ ବ୍ୟୁରୋ: ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ  ପ୍ରାୟ ୪୧ ହଜାର ୧୦୦ ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୮,୧୪,୫୭୯ରେ ପହଞ୍ଚିଛି ଓ ୪୪୭ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦେଶରେ ୨୪ଘଣ୍ଟାରେ ୪୨,୧୫୬ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୮,୧୪,୫୭୯ରେ ପହଞ୍ଚିଛି । ଏହା ମଧ୍ୟରୁ ୪,୭୯,୨୧୬ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୯,୬୩୫ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୨,୦୫,୭୨୮ରେ ପହଞ୍ଚିଛି ।

ଏହା ସହ ଶନିବାର ଦେଶରେ ୮,୦୫,୫୮୯ଟି ନମୂୂନା ପରୀକ୍ଷା କରାଯାଇଥିବା ବେଳେ ନଭେମ୍ବର ୧୪ପର୍ଯ୍ୟନ୍ତ ୧୨,୪୮,୩୬,୮୧୯ଟି ନମୂନା ପରୀକ୍ଷା ସରିଛି। ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ଆଗାମୀ ଦିନରେ ସଂକ୍ରମଣର ୨ୟ ଲହରୀ ଆସିବାର ଆଶଙ୍କା କରୁଛନ୍ତି ବିଶେଷଜ୍ଞ ଓ ସରକାର । ଏ ନେଇ ଲୋକଙ୍କୁ ସତର୍କ ରହିବା ସହ କରୋନା ପ୍ରୋଟୋକଲ ମାନି ଚଳିବା ପାଇଁ କୁହାଯାଉଛି।